ବରଗଡ (ଏଟିଆର ବ୍ୟୁରୋ); ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ଚଳନା କରି ମଥୁରାପୁରକୁ ଡାକିଛନ୍ତି ପ୍ରବଳ ପ୍ରତାପି ମାମୁଁ କଂସ । ଧନୁଯାତ୍ରା ଦେଖିବା ପାଇଁ ଡାକିଛନ୍ତି ଭଜଣାଙ୍କୁ । ଅକ୍ରୃର ଯାଇଛନ୍ତି ଗୋପପୁରକୁ ନିମନ୍ତ୍ରଣ କରିବା ପାଇଁ । ଦୁଇ ବାହାରି ସାରିଛନ୍ତି କୃଷ୍ଣ ଏବଂ ବଳରାମ । ଏଭଳି ଦ୍ୱାରପ ଯୁଗର ନିଳା ଖେଳାରେ ଚାଲିଛି ବରଗଡ ଧନୁଯାତ୍ରା । ଶନିବାର ହେଉଛି ଧନୁଯାତ୍ରାର ନବମ ଦିନ । ଆଜି ବେନି ଭାଇ ଗୋପଛାଡି ମଥୁରା ଯିବେ ଧନୁଯାତ୍ରା ଦେଖିବା ପାଇଁ ।
ଅଷ୍ଟମ ଦିନରେ ଯମୁନା ନଇରେ କୃଷ୍ଣଙ୍କ ପାଦ ଦର୍ଶନ କରିଛନ୍ତି ଅକ୍ରୃର । ଏବଂ ଆଜି ଶେଷ ସମୟରେ ଗୋପ ଛାଡି ମଥୁର ଯିବା ପାଇଁ ବାହାରିବେ ବେନିଭାଇ । ଗୋପପୁରରେ ଗୋପୀମାନେ କୃଷ୍ଣଙ୍କୁ ବାହୁନୀ ବାହୁନୀ କାନ୍ଦିବାର ଦୃଶ୍ୟ ପରିଲକ୍ଷିତ ହେବ । ସେପଟେ ମଥୁରା ଯିବା ବାଟରେ ଦୁଇ ଭାଇଙ୍କୁ ମାରିବା ପାଇଁ ମାମୁଁ କଂସ ବହୁ ଯୋଜନା କରିବେ । ଧନୁଯାତ୍ରା କେବଳ ଛଳନା ।