ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଖୁସିି ଚାହିଁବା ସହ ସର୍ବଦା କାମନା କରିଥାନ୍ତି କି ସେମାନଙ୍କ ପରିବାର ସଦସ୍ୟ ଯେପରି ସୁଖୀ ଏବଂ ସୁସ୍ଥ ରୁହନ୍ତୁ । ସେଥିପାଇଁ ବ୍ୟକ୍ତି ଅଦ୍ୟମ ପ୍ରୟାସ ଏବଂ ପରିଶ୍ରମ ମଧ୍ୟ କରିଥାନ୍ତି । ଏହାପରେ ଅନେକଙ୍କ କ୍ଷେତ୍ରରେ ସଫଳତା ମିଳିପାରିନଥାଏ । ଆଜି ଆମେ ଆପଣଙ୍କୁ ଫେଙ୍ଗଶୁଇର କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣଙ୍କ ଜୀବନରେ ସୁଖ ବଳବତ୍ତର ହେବା ସହ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।
ଘରେ ଦୀପ ଏବଂ ଧୂପ ନିହାତି ଦିଅନ୍ତୁ । ଫେଙ୍ଗଶୁଇ ଅନୁଯାୟୀ ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଘରର ଯେକୌଣସି ଦ୍ୱାରରେ ଘଣ୍ଟା କିମ୍ବା କ୍ୟାଲେଣ୍ଡର ବିଲକୁଲ୍ ଟଙ୍ଗାନ୍ତୁ ନାହିଁ । ଏହାସହିତ ଘରର ମୁଖ୍ୟ ଦ୍ୱାରରେ ଦର୍ପଣ ବି ଟାଙ୍ଗିବା ଅନୂଚିତ୍ । ଯଦି ଆପଣଙ୍କ ଘରେ କୌଣସି ଗଛ ଝାଉଁଳି ଯାଇଛି ତେବେ ତାକୁ ତୁରନ୍ତ କାଢି ଦିଅନ୍ତୁ ।
ଯଦି ଆପଣ ସମ୍ପତ୍ତି ରେ ବୃଦ୍ଧି ଚାହୁଁଛନ୍ତି ତେବେ ତିନୋଟି ଚାଇନା କଏନକୁ ଲାଲ ରଙ୍ଗର ସୂତାରେ ବାନ୍ଧି ଘରର କବାଟ ହ୍ୟାଣ୍ଡେଲରେ ଲଟକେଇ ଦିଅନ୍ତୁ । ଧ୍ୟାନ ରଖିଥିବେ କି କଏନ୍ ଟି ଯେପରି କବାଟର ଭିତର ପଟେ ଟଙ୍ଗା ହୋଇଥାଏ । ମାନ୍ୟତା ରହିଛି କି ତିନୋଟି ଗୋଡ ଥିବା ବେଙ୍ଗ ଖୁବ୍ ଭାଗ୍ୟଶାଳୀ ହୋଇଥାଏ । ଫେଙ୍ଗଶୁଇ ଅନୁଯାୟୀ ଏହି ବେଙ୍ଗକୁ ଘରର ଭିତର ଦ୍ୱାର ଆଖପାଖରେ ରଖିବା ଉଚିତ୍ । ଏହାଦ୍ୱାରା ଶୁଭଫଳ ପ୍ରାପ୍ତିି ହୋଇଥାଏ ।
ଏହାସହିତ ୱିଣ୍ଡଚାଇମ୍ ଘରର ସୁଖ ଆଣିଥାଏ । ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି ଘରର ଫାଙ୍କା ସ୍ଥାନରେ କଦାବି ଝାଡୁ ରଖନ୍ତୁ ନାହିଁ । ଏହାବ୍ୟତିତ ରୋଷେଇ ଘରେ ବି ଝାଡୁ ରଖିବା ଉଚିତ୍ ନୁହେଁ । ଝାଡୁକୁ ସର୍ବଦା ଏଭଳି ସ୍ଥାନରେ ରଖନ୍ତୁ ଯାହା ଲୋକ ନଜରକୁ ନଆସେ ।