ମେକ୍ସିକୋ ସିଟି (ଏଟିଆର ବ୍ୟୁରୋ); ମହଙ୍ଗା ପଡିଲା ତେଲ ଚୋରୀ । ପାଇପ କଣା କରି ତେଲ ନେଉଥିବା ବେଳେ ଘଟିଲା ଭୟାବହ ଅଗ୍ନିକାଣ୍ଡ । ଏଥିରେ ୭୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୭୪ ଜଣ ଆହତ ହୋଇଛନ୍ତି । ତେବେ ଏଯାବତ ୮୦ ଜଣଙ୍କର ପତ୍ତା ମିଳିନାହିଁ । ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ମେକ୍ସିକୋ ସିଟିରେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେଲ ଏବଂ ଗ୍ୟାସ ପାଇପକୁ କଣା କରି ସ୍ଥାନୀୟ ଲୋକ ଚୋରୀ କରୁଥିଲେ । ତେବେ ଏହି ତେଲ ନେବା ପାଇଁ ଗୋଟିଏ ଜାଗାରେ ବହୁ ସଂଖ୍ୟାରେ ଲୋକ ଗଦା ହୋଇଥିବା ସମୟରେ କୌଣସି କାରଣ ବଶତଃ ନିଆଁ ଲାଗି ଯାଇଥିଲା । ଫଳରେ ଗ୍ୟାସ ପାଇପ ଫାଟି ଯାଇଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ଘଟଣା ସ୍ଥଳରେ ଥିବା ୭୩ ଜଣ ସେଠାରେ ମରିଯାଇଥିଲେ ।