ବରଗଡ (ଏଟିଆର ବ୍ୟୁରୋ); ଦୀର୍ଘ ୧୧ ଦିନ ଧରି ଚାଲିଥିବା ବିଶ୍ୱ ପ୍ରଶିଦ୍ଧ ଧନୁଯାତ୍ରାର ସୋମବାର ହେଉଛି ଅନ୍ତିମ ଦିନ । ମଥୁରାପୁରରେ ରାଜ ଚଳାଇଥିବା ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତି ଶେଷ ହେବ । ଧନୁଯାତ୍ରା ଦେଖିବା ଛଳରେ ମଥୁରାକୁ କୃଷ୍ଣ ଏବଂ ବଳରାମଙ୍କୁ ଡାକି ମାରିବାର ଯୋଜନା କରିଥିବା ମାମୁଁ କଂସ ଶେଷରେ ନିଜେ ନିଧନ ହେବେ । ଆଜି ବଧ ହେବେ ମଥୁରା ନରେଶ । କଂସ ମାରୁଛନ୍ତି ଭାବି କଂସ ଆସିବା ପୂର୍ବରୁ ମଞ୍ଚାରୁ ପଡି ମାମୁଁ ମୃତ୍ୟୁ ହେବ । ତେବେ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଅନ୍ତିମ ଦିନରେ ଏଭଳି ଦୃଶ୍ୟ ସବୁ ଦେଖିବାକୁ ମିଳିବ ।
ସେପଟେ ଗୋପପୁର ଛାଡି ଆସିବା ପରେ ଖାଁ ଖାଁ ହୋଇ ପଡିଛି ଗୋପପୁର । ଗୋପପୁର ବାସୀ କୃଷ୍ଣଙ୍କୁ ଝୁରୀ ହଉଛନ୍ତି । ମର ଯଶୋମନ୍ତୀଙ୍କ ଆଖିରୁ ଝରୁଛି ଅସରନ୍ତି ଲୁହ । ସୁଦାମ,ସୁବଳ ଏବଂ ଅନ୍ୟ ସାଙ୍ଗମାନେ ଦୁଇ ଭାଇଙ୍କ ଅନୁପସ୍ଥିତିରେ ବହୁତ ଦୁଃଖ ଅନୁଭବ କରୁଛନ୍ତି । ଶେଷଥର ପାଇଁ ପାଦ ଦର୍ଶନ ଦେଇ ଗୋପପୁର ଛାଡି ମଥୁରାପୁରକୁ ମାମୁଁ ଡାକିଥିବା ଧନୁଯାତ୍ରା ଦେଖିବା ପାଇଁ ଯାଇଛନ୍ତିି ବେନି ଭାଇ । ଏଭଳି ଭାବରେ ଶେଷ ହେବ ବରଗଡ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗ ମଞ୍ଚରେ ମଞ୍ଚସ୍ଥ ହେଉଥିବା ନାଟକକୁ ଉପଭୋଗ କରୁଥିଲେ ଲୋକ ।