ମାଲକାନଗିରି (ଏଟିଆର ବ୍ୟୁରୋ); ପୁଣି ଲଜ୍ଜା ଘଟଣା ନଜରକୁ ଆସିଲା । ପଦାରେ ପଡିଲା ଶିକ୍ଷକଙ୍କ କଳାକାରନାମା । ସେବାଶ୍ରମରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଏବଂ ଆଉ ଜଣେ ସହକାରୀ ଶିକ୍ଷକ ଛାତ ଉପରକୁ ନେଇ ଅସଦାଚରଣ କରିଥିବା ଅଭିଯୋଗ ଆସିଛି । ଏହି ଘଟଣା ପୋଲିସ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ତେବେ ଏହି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ ଥିବା ଏକ ସେବାଶ୍ରମରେ ।
ସୂଚନା ମୁତାବକ ଗତବର୍ଷ ଅଗଷ୍ଟ ମାସ ୧୦ ତାରିଖରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦେଇଥିଲେ । ଜିଲ୍ଲାପାଳ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ କରିଥିଲେ । ତେବେ ଛାତ୍ରୀ ଜଣକ ସୋମବାର ପୁନର୍ବାର ଥାନାରେ ଏତଲା ଦେବା ପରେ ମାଲକାନଗିରି ପୋଲିସ ଉଭୟ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ବାରମ୍ବାର ବାରମ୍ବାର ଏଭଳି ସେବାଶ୍ରମ ଘଟଣା ନଜରକୁ ଆସିବେ ପରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।