ଭୁୁବନେଶ୍ୱର,(ଏଟିଆର ନ୍ୟୁଜ ଏକ୍ସକ୍ଲ୍ୟୁସିଭ): ମାତ୍ର ୨ ମିନିଟ ୨୦ ସେକେଣ୍ଡର ଭିଜୁଆଲ । ଯାହାକୁ ନେଇ ପୂରା ହଇଚଇ ସୃଷ୍ଟି ହୋଇଛି । ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି ଅନ୍ତରଙ୍ଗ ମୁହୁର୍ତର ଭିଡ଼ିଓ । ଯାହାର ଏକ୍ସକ୍ଲ୍ୟୁସିଭ ଫୁଟେଜ ପାଇଛି ଏଟିଆର ନ୍ୟୁଜ ।
ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାଇରାଲ ଭିଡ଼ିଓ ପୁଣି ହାଇପ୍ରୋଫାଇଲ । ଭିଡ଼ିଓରେ ଥିବା ଯୁବତୀ ହେଉଛନ୍ତିି କାଳେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଅଲିଅଳି ଝିଅ । ଏ କଥା ଆମେ ନୁହେଁ ଜୋରଦାର ଶୁଣିବାକୁ ମିଳୁଛି । ଏକ ପ୍ରତିଷ୍ଠିତ କଲେଜରେ ପଢୁଛନ୍ତି ଯୁବତୀ ଜଣକ । ଭିଡ଼ିଓରେ ଯୁବତୀ ଜଣଙ୍କ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଅଛନ୍ତି । ବେଶ ମଜାକ କରିବା ସହ ହସଖୁସି କରି ଉଭୟ ପ୍ରତିଟି ଘଟଣାକୁ ରେକର୍ଡ କରିଛନ୍ତି ।
ଯାହା ଭିଡ଼ିଓରୁ ସ୍ପଷ୍ଟ ବାରି ହେଉଛି । ତେବେ ଭାଇରାଲ ପଛର ଉଦ୍ଦେଶ୍ୟ ଏବେ ‘ଧୋକା’ ବୋଲି ଚର୍ଚ୍ଚା ହେଉଛି । ଢ଼େରଦିନ ପ୍ରେମ ପରେ ଅଚାନକ ଯୁବତୀ ଦୂରେଇ ଯାଇଥିଲେ । ନୂଆବନ୍ଧୁ ପାଇ ପୁରୁଣା ବନ୍ଧୁକୁ ଭୁଲି ଯିବାରୁ ପଡିଥିଲା ଭାଇରାଲର ମୂଳଦୁଆ । ବାସ ଏହାପରେ ପୁରୁଣା ବନ୍ଧୁ ଭିଡ଼ିଓକୁ ଭାଇରାଲ କରିଥିବା ଚର୍ଚ୍ଚା ହେଉଛି ।