ବୌଦ୍ଧ (ଏଟିଆର ବ୍ୟୁରୋ): ଦିନକୁ ଦିନ ସଡକ ଦୁର୍ଘଟଣା ବଢିଚାଲିଥିବା ବେଳେ ପୁଣି ବୌଦ୍ଧରେ ଏକ ସଡକ ଦୁର୍ଘଟଣାରେ ଘଟିଛି । ଦୃତ ଗତି ହେଲା କାଳ । ଭାରସାମ୍ୟ ହରାଇ ଓଲଟି ପଡିଲା ବୋଲୋରୋ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବ୍ୟକ୍ତି ଜଣଙ୍କ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ବୋଲି ଜାଣିବାକୁ ମିଳିଛି । ଏହାବ୍ୟତିତ ଦୁର୍ଘଟଣାରେ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । କୃଷି ଉପ-ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକ ତାଙ୍କ କାମ ସାରି ଭୁବନେଶ୍ୱରରୁ ଫେରିବା ବେଳେ ତାଙ୍କ ଗାଡି ରାଧାନଗର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାେ ପୋଲିସ୍ ପହଁଚି ତଦନ୍ତ ଚଳାଇଛି ।