ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଖରା ତାତି ବଢିବାରେ ଲାଗିଛି । ଏହା୍କୁ ଦୃଷ୍ଟିରେ ରଖି ସ୍କୁଲ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଗଣଶିକ୍ଷା ବିଭାଗ । ଖୁବ୍ ଶୀଘ୍ର ହେବ ମର୍ଣ୍ଣିଂ ସ୍କୁଲ । ସେହିଅନୁଯାୟୀ ସକାଳ ୭ଟାରୁ ସ୍କୁଲ ଆରମ୍ଭ ହେବ । ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୭ ଟାରୁ ୯ ଯାଏ କ୍ଲାସ ହେବ ସେହିପରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଇଁ ସକାଳ ୯ଟାରୁ ୧ ଯାଏ କ୍ଲାସ କରାଯିବ । ଏ୍େନଇ ଗଣଶିକ୍ଷା ଅତିରିକ୍ତ ସଚିବ ସମସ୍ତ ଡିଇଓ ମାନଙ୍କୁ ଚିଠି ଲେଖିଛନ୍ତି । ଗୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।
ଏହାସହିତ ସ୍କୁଲମାନଙ୍କରେ ସମସ୍ତ ପାନୀୟ ଜଳ ବ୍ୟବସ୍ଥା , ଓଆରଏସ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲରେ ଥିବା ଅଚଳ ନଳକୂପ ସଜାଡିବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପାଣି ବୋତଲ ଦେବା ପାଇଁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ସ୍ଥାନରେ କୋଭିଡ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।