ଗଂଜାମ (ଏଟିଆର ବ୍ୟୁରୋ): ପୁରାତନ କାଳରେ ଲୋକେ ଗଛ ଉପରେ ମଞ୍ଚା ବାନ୍ଧି ରହୁଥିଲେ । କିନ୍ତୁ ଦିନକୁ ଦିନ ଯୁଗ ପରିବର୍ତ୍ତନ ହେବା ସହ ଲୋକେ ଏବେ ଆଧୁନିକ ଯୁଗରେ ପହଁଚିଲେଣି । ମାତ୍ର ପୁରାତନ କାଳର ଦୃଶ୍ୟ ପୁଣି ନଜରକୁ ଆସି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଗଛ ଉପରେ ବିତୁଛି ଜୀବନ । ଆଜ୍ଞା ହଁ ଏଭଳି ଏକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଭୁରୁଡୁ ପଲ୍ଲୀ ଗାଁରେ ଦେଖିବାକୁ ମିଳିଛି । ଗାଁରେ ରହୁଥିବା ସମାଞ୍ଚଳ ମୁଳି ଦୀର୍ଘ ଏକବର୍ଷ ହେଲା ବାସ ହରା ହୋଇ ଗଛ ଉପରେ ଜୀବନ ଅତିବାହିତ କରୁଛନ୍ତି ।
ସିମାଞ୍ଚଳଙ୍କ ଘର କୌଣସି କାରଣ ବସତଃ ନିଆଁ ଲାଗି ଯାଇ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଯାହାଦ୍ୱାରା ସେ ବାସ ହରା ହୋଇଯାଇଥିଲେ । ସିମାଞ୍ଚଳଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ବାସ ଖଣ୍ଡିଏ ଆଉ ତିଆରି କରିପାରିନଥିଲେ । ଏହାବ୍ୟତିତ ସରକାରୀ ସହାୟତା ମଧ୍ୟ ମିଳିଲା ନାହିଁ । ସେବେଠାରୁ ଦୀର୍ଘ ଏକ ବର୍ଷ ହେବ ସେ ପଣସ ଗଛ ଉପରେ ଭାଡି କରି ନିଜର ୧୨ ବର୍ଷର ପୁଅକୁ ନେଇ ରହୁଛନ୍ତି । ତାଙ୍କର ପତ୍ନୀ ଏବଂ ଅନ୍ୟ ଦୁଇ ଛୁଆ କେଉଁ ଆଡେ ଚାଲି ଯାଇଛନ୍ତି ତାହା ତାଙ୍କୁ ଜଣା ନାହିଁ । ଏବେ ସେ ଜଙ୍ଗଲରୁ କାଠ ସଂଗ୍ରହ କରି ଏବଂ ମୂଲ ଲାଗି ଜୀବିକର ନିର୍ବାହ କରୁଛନ୍ତି । ଅନେଇ ବସିଛନ୍ତି କେବେ ସରକାରୀ ସହାୟତା ମିଳିବ ।