ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ତେବେ ଓଡିଶାରେ ପାଦ ଦେଉ ଦେଉ ମହାନ କରି ଦେଖେଇଛନ୍ତି ରାହୁଲ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ତାଙ୍କର ମହାନ କାମ ପାଇଁ ଭୁରି ଭୁରି ପ୍ରଂଶସା କରିଛନ୍ତି ଓଡିଶା ବାସୀ । ତେବେ ରାହୁଲ ଏତେ ପ୍ରଶଂସା ମିଳିବାର କାରଣ ହେଉଛି ତାଙ୍କର ମାନବିକତା । ଭୁବନେଶ୍ୱରରେ ପହଁଞ୍ଚିବା ପରେ ଯେତେବେଳେ ବିମାନ ବନ୍ଦରରେ ଦଳୀୟ ନେତା ଏବଂ କର୍ମୀମାନେ ଫୁଲ ତୋଡା ନେଇ ସ୍ୱାଗତ ଜଣାଉଥିଲେ । ସେହି ସମୟରେ ସମସ୍ତ ସାମ୍ବାଦିକ ବନ୍ଧୁମାନେ ଫଟୋ ଉଠାଇବା ଧାଇଁ ଯାଉଥିଲେ । ମାତ୍ର ଦୌଡି ଯାଇ ଆଗରେ ଫଟୋ ଉଠାଉ ଥିବା ଜଣେ କ୍ୟାମରୋ ମ୍ୟାନ ଉପରୁ ତଳକୁ ଖସି ପଡିଥିଲେ । ଏହାକୁ ସମସ୍ତେ ଦେଖିଥିଲେ ମଧ୍ୟ କେହି ଉଠାଇବା ପାଇଁ ଯାଇନଥିଲେ । କାରଣ ସମସ୍ତେ ରାହୁଲଙ୍କ ପାଖରେ ମଜି ଯାଇଥିଲେ ।
ତେବେ ରାହୁଲ ଏହି ଦୃଶ୍ୟ ଦେଖିବା ପରେ ନିଜେ ଦୌଡି ଯାଇ କ୍ୟାମେରା ମ୍ୟାନଙ୍କୁ ଉଠାଇ ଥିଲେ । ପରେ ରାହୁଲ ଉଠାଉଥିବା ଦେଖି ଅନ୍ୟମାନେ ଦୌଡି ଯାଇ ସାହାର୍ଯ୍ୟ କରିଥିଲେ । ତେବେ ରାହୁଲଙ୍କ ଏହି ମାନବିକତା ଦେଖିବା ପରେ ସମସ୍ତେ ବାଃ ବାଃ କରିଛନ୍ତି । ସେପଟେ ପୂର୍ବରୁ ବହୁ ନେତାଙ୍କ ସାମ୍ନାରେ ଅଘଟଣ ଘଟିଲେ ମଧ୍ୟ ସହଯୋଗର ହାତ ବଢ଼ାଉ ନଥିବାର ନଜିର ରହିଛି । କେତେକ ସମୟରେ ବଡ ନେତାଙ୍କ ଆଗମନରେ ଉଠାବେପାରୀ ମାନଙ୍କ ହଟାଇ ଦିଆଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା । ରାଲି କରି ଆସୁଥିଲେ ଜଣେ ବିଜେଡି ନେତା । ରାସ୍ତାରେ ଯାଉଥିବା ଜଣେ ସାଇକେଲ ଚାଳକକୁ ବିଜେଡି କର୍ମୀମାନେ ରାସ୍ତାରୁ ହଟେଇ ତଳକୁ ଠେଲି ଦେଇଥିଲେ । ମାତ୍ର ତାଙ୍କୁ କେହି ଉଠାଇ ନଥିଲେ । ମାତ୍ର ଏଠାରେ ରାସ୍ତାରେ ଖସି ପଡିଥିବା କ୍ୟାମେରା ମ୍ୟାନଙ୍କୁ ଉଠାଇବା ପରେ ରାହୁଲଙ୍କ ମଣିଷ ପଣିଆଁକୁ ବେଶ ପ୍ରଂଶସା କରିଛନ୍ତି ଜନ ସାଧାରଣ ।
ଓଡିଶାରେ କର୍ମୀମାନଙ୍କୁ ଗୁରୁ ମନ୍ତ୍ର ଦେବା ପାଇଁ ଓଡିଶା ଆସିଛନ୍ତି ରାହୁଲ ଗାନ୍ଧୀ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ରାହୁଲ ଦଳର ସଭାପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ରାହୁଲଙ୍କ ପୂର୍ବରୁ ମୋଦି ୩ଥର ଓଡିଶା ଆସି କଂଗ୍ରେସ ଉପରେ ବର୍ଷିଥିଲେ । ଏଣୁ ରାହୁଲ ମଧ୍ୟ କୋଦିଙ୍କ ଉପରେ ବର୍ଷି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାହୁଲ ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ମାସରେ ଓଡିଶା ଆସିବେ ବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । କାରଣ ଦଳରେ ଲାଗି ରହିଛି ବିଶୃଙ୍ଖଳା । ବଡ ବଡ ନେତାଙ୍କ ଦଳ ଛାଡିବା ଦଳର ମୁଣ୍ଡ ବିନ୍ଧାର କାରଣ ହୋଇ ଯାଇଛି । ଏଣୁ ଦଳୀୟ ସଂଗଠନ ବଜାୟ ରଖିବା ପାଇଁ ଗୁରୁଜ୍ଞାନ ଦେବେ ରାହୁଲ । ଏବେ ନଜର ରହିଛି ରାହୁଲ ସଭାରେ କାହାକୁ ଟାର୍ଗେଟ କରୁଛନ୍ତି । ରାଜ୍ୟ ସରକାର ନା କେନ୍ଦ୍ର ସରକାର ।