କଟକ(ଏଟିଆର ବ୍ୟୁରୋ): ଆସନ୍ତା ୨୨ ତାରିଖ ଦିନ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମରେ ଖେଳା ଯିବ । ଏଥିପାଇଁ ଆନଲାଇନରେ ଟିକେଟ ବିକ୍ରି ସରିଛି । ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମର କାଉଣ୍ଟରରେ ଟିକେଟ ମିଳିବ । ଏହି ଟିକେଟ କାଉଣ୍ଟର ଦିନ ୯ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖେଲା ରହିବ ।
ଏଥର ୪ଟି ପରିବର୍ତ୍ତେ ୧୨ଟି କାଉଣ୍ଟରରେ ଟିକେଟ ମିଳିବ । ଏହି କାଉଣ୍ଟର ମାନଙ୍କରେ ୫୦ଟି ୧୦ ହଜାର ଟଙ୍କିଆ ଟିକେଟ ବିକ୍ରି କରାଯିବ । ଟିକେଟ କ୍ରୟ କଲାବେଳେ ପରିଚୟ ପ୍ରମାଣ ପତ୍ର ଦେଖାଇବାକୁ ପଡିବ ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି । କ୍ରିକେଟ ପ୍ରେମୀ ମାନେ ନିଜର ପରିଚୟ ପ୍ରମାଣ ପତ୍ର ଦେଖାଇ କାଉଣ୍ଟରରୁ ଜଣପିଛା ୨ଟି ଲେଖାଏଁ ଟିକେଟ କିଣି ପାରିବେ । ଅନ୍ୟପଟେ ଟିକେଟର କଳାବଜାରୀ ନ ହେବା ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।