ମୁମ୍ବାଇ (ଏଟିଆର ବ୍ୟୁରୋ): ବିଦେଶୀ ମୁଦ୍ରା କାରାବାର ଅଭିଯୋଗରେ ଇଡି ପକ୍ଷରୁ ସୁଫି ଗାୟକ ରାହାତ ଫତେ ଅଲ୍ଲୀ ଖାଁଙ୍କୁ ନୋଟିସ୍ । ଯଦି ଇଡି ରାହତଙ୍କ ଉତ୍ତରରେ ସନ୍ତୁଷ୍ଟ ନହୁଅନ୍ତି ତେବେ ତାଙ୍କ ଉପରେ ୩୦୦ ପ୍ରତିଶତର ଜରିମନା ଲାଗିପାରେ । ଜରିମନା ନଭରିଲେ ରାହତଙ୍କ ବିରୋଧରେ ଭାରତରେ ଲୁକଆଉଟ ନୋଟିସ୍ ମଧ୍ୟ ଜାରି ହୋଇପାରେ । ଏହାସହିତ ରାହତଙ୍କ କାର୍ଯ୍ୟକ୍ରମ ଉପରେ ଭାରତରେ ରୋକ ଲଗାଯାଇପାରେ ।
ରାହତ ଫତେ ଅଲ୍ଲୀ ଖାଁକୁ ଭାରତରେ ଅବୈଦ୍ଧ ଭାବେ ୩ ଲକ୍ଷ ୪୦ ହଜାର ୟୁଏସ ଡଲାର ମିଳିଥିଲା । ସେଥିରୁ ସେ ୨ ଲକ୍ଷ ୨୫ ହଜାର ଡଲାର ସ୍ମଗଲିଗିଂ କରିଦେଇଥିଲେ ।
ବର୍ଷ ୨୦୧୧ରେ ରାହାତ ଫତେ ଅଲ୍ଲୀ ଖାଁଙ୍କୁ ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟକ୍ଷହ ଅଧ ମିଲିୟନ ଡଲାର ସହିତ ଗିରଫ କରାଯାଇଥିଲା । ଟଙ୍କା ପାଇଁ ତାଙ୍କ ପାଖରେ କୌଣସି ପ୍ରମାଣପତ୍ର ମଧ୍ୟ ନଥିଲା । ରାହତଙ୍କ ସହିତ ତାଙ୍କ ପ୍ରବନ୍ଧକ ମାରୁକ ଏବଂ ଇଭେଣ୍ଟ ମ୍ୟାନେଜର ଚିତ୍ରେଶକୁ ବି ହାଜତକୁ ନିଆଯାଇଥିଲା ।
ଏମାନଙ୍କୁ ସେତେବେଳେ ହାଜତକୁ ନିଆଯାଇଥିଲା ଯେତେବେଳେ ସେ ଦୁବାଇ ଦେଇ ଲାହୋର ଯାଉଥିଲେ । ରାହତଙ୍କ ବ୍ୟାଗ୍ ରେ ୨୪ ହଜାର ଡଲାର ଏବଂ ଅନ୍ୟ ଦୁଇ ଜଣ ସାଥୀଙ୍କ ବ୍ୟାଗ୍ ରେ ୫୦ ହଜାର ଲେଖାଏଁ ଡଲାର ଥିଲା । ଡିଆରଆଇ ପକ୍ଷରୁ ସେହି ସମୟରେ କୁହାଯାଇଥିଲା କି ରାହତଙ୍କ ପାଖରେ ଯେତିକି ମୁଦ୍ରା ଅଛି ତାହା ନିୟମଠାରୁ ବହୁତ ଅଧିକ ।
ବର୍ଷ ୨୦୦୩ରେ ବଲିଉଡରେ ରାହତ ଫତେ ଅଲ୍ଲୀ ଖାଁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ଫିଲ୍ମ ପାପ ରେ ‘ଲାଗି ତୁଝସେ ମନ କି ଲଗନ’ ଗୀତ ଗାଇଥିଲେ, ଫିଲ୍ମ ଇଶକିୟାର ଗୀତ ‘ଦିଲ ତୋ ବଚ୍ଚା ହେ ଜୀ’ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା ।