ମୁମ୍ବାଇ (ଏଟିଆର ବ୍ୟୁରୋ): ରୋଡିଜ୍ ଫେମ ରଘୁରାମ ତାଙ୍କ ଠାରୁ ୧୪ ବର୍ଷ ସାନ କଣ୍ଠଶିଳ୍ପୀ ନତାଲୀ ଡି ଲୁସିୟୋଙ୍କୁ ଡିସେମ୍ବରରେ ଗୋଆଠାରେ ବାହା ହୋଇଥିଲେ । ବାହାଘରର ଦେଢ ମାସ ପରେ ସେ ତାଙ୍କ ସୋସିଆଲ ମିଡିଆରରେ ହନିମୁନ୍ ର ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ତାଙ୍କର ଏହି ଟ୍ରିପ୍କୁ ରଘୁରାମ ମିନି ହନିମୁନ୍ ବୋଲି ନାଁ ଦେଇଛନ୍ତି ।
ଏହି ମିନି ହନିମୁନ୍ ର ଫଟୋରେ ରଘୁରାମ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର କ୍ୟାପସନ୍ ସହ ସେୟାର କରିଛନ୍ତି । ସେ ଲେଖିଛନ୍ତି କି, ‘ଯେବେ ବି ଆମେ ଦୁହେଁ କେଉଁଠିକୁ ଟ୍ରାଭେଲ କରିଥାଉ ତାହା ଆମର ହନିମୁନ୍ ହୋଇଯାଇଥାଏ । ତୁମେ ମୋର ସର୍ବଦା ବଧୂ ହୋଇ ରହିବ । ଏହା ମୋର ପ୍ରତିଶୃତି, ଧନ୍ୟବାଦ ।’
ରଘୁରାମ କିଛି ଫଟୋ ସହିସହିତ ଗୋଟେ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଫଟୋରେ ରଘୁରାମ ଏବଂ ନତାଲି ଏକାସଙ୍ଗରେ ଖୁସି ଥିବାର ନଜର ଆସୁଛନ୍ତି । ଦୁହିଁଙ୍କର ଏହି ଫଟୋ ସମୁଦ୍ର କୂଳରେ ଥିବା ଏକ ହୋଟଲର । ଯେଉଁଠି ଦୁହେଁ ଦୁହିଁଙ୍କର କ୍ୱାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି ।
ଖବରମୁତାବକ, ରଘୁରାମ ତାଙ୍କ ଗର୍ଲଫ୍ରେଣ୍ଡ ନତାଲିଙ୍କ ସହ ଗୋଆ ସମୁଦ୍ର କୂଳେ ସାତ ଫେରା ନେଇଥିଲେ । ଏଥିରେ ରଘୁ ଏବଂ ନତାଲିଙ୍କ ସଂପର୍କୀୟ ଉପସ୍ଥିତ ଥିଲେ । ରଘୁ ଗୋଟେ ମାସ ନତାଲିଙ୍କ ସହ ସମ୍ପର୍କରେ ରହିବା ପରେ ହିଁ ବିବାହ ପାଇଁ ରାଜି ହୋଇଥିଲେ । ଏହାସହିତ ନିର୍ବନ୍ଧ ମଧ୍ୟ କରିନେଇଥିଲେ ।
ରଘୁରାମ ପ୍ରଥମେ ସୁନନ୍ଦା ଗର୍ଗଙ୍କୁ ବିବାହ କରିଥିଲେ । ମାତ୍ର ୨୦୧୬ରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଅଲଗା ହେବା ପରେ ଦୁହେଁ ବନ୍ଧୁ ହୋଇ ରହିଥିଲେ । ତାପରେ ରଘୁଙ୍କର ନତାଲିଙ୍କ ସହ ଦେଖା ହୋଇଥିଲା ।