ମୁମ୍ବାଇ (ଏଟିଆର ବ୍ୟୁରୋ): ଟିମ୍ ଇଣ୍ଡିଆ ନ୍ୟୁଜଲାଣ୍ଡ ବିପକ୍ଷରେ ସାନ୍ଦାର ବିଜୟୀ ହାସଲ କରିବା ପରେ ଅଧିନାୟକ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ କ୍ୱାଲିଟ୍ ଟାଇମ୍ ସ୍ପେଣ୍ଡ କରୁଛନ୍ତି । ନିକଟରେ ଦୁହେଁ ଛୁଟି କାଟୁଥିବାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଫିଲ୍ମ ଫେୟାର ସୋ’ ରେ ବିରାଟକୁ ନେଇ ଅନୁଷ୍କାଙ୍କୁ କିଛି ପ୍ରଶ୍ନ ପଚରା ଯାଇଥିଲା । ସେ କହିଥିଲେ କି, ‘ ବିରାଟ ଜଣେ ବହୁତ ସତ୍ୟପ୍ରିୟ ମଣିଷ । ମୋତେ ତାଙ୍କର ଏହି ଅଭ୍ୟାସ ବହୁତ ପସନ୍ଦ । ମୁଁ ନିଜେ ବି ବହୁତ ସତ୍ୟପ୍ରିୟ ସେଥିପାଇଁ ମୋତେ ଏଭଳି ମଣିଷ ପସନ୍ଦ ।’
ଅନୁଷ୍କା ଆହୁରୀ ମଧ୍ୟ କହିଥିଲେ କି , ‘ ମୁଁ ବହୁତ ଭାଗ୍ୟଶାଳୀ କି ମୋତେ ବିରାଟ ମିଳିଛନ୍ତି । ସେ ମୋତେ ବହୁତ ଭଲରେ ବୁଝନ୍ତି । ଆମେ ସର୍ବଦା ଦୁହେଁ ଦୁହିଁଙ୍କୁ ସହଯୋଗ କରୁ । ବିରାଟ ଏଭଳି ଏକ ମଣିଷ ଯିଏ ସର୍ବଦା ନିଜକୁ ଭଲ କରାଇବା ପାଇଁ ଚେଷ୍ଟା କରିଥାନ୍ତି । କେବଳ କ୍ରିକେଟ ମଇଦାନରେ ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ବି ବହୁତ ଭଲ । ଆମ ଦୁହିଁଙ୍କ ମଧ୍ୟରେ ଏହା ହେଉଛି ସମାନତା ।’
ଅନୁଷ୍କା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଘାସ ଉପରେ ବସିଥିବାର ନଜର ଆସୁଛନ୍ତି । ସୂର୍ଯ୍ୟ ଅସ୍ତ ହେବା ବେଳର ଏହି ଫଟୋରେ ସେ ଖୁବ୍ ସୁନ୍ଦର ଦେଖାଯଉଥିବାର ନଜର ଆସିଛନ୍ତି ।
You're only always one breath away from Bliss … ☺️?? pic.twitter.com/jMc4z6VsnC
— Anushka Sharma (@AnushkaSharma) January 29, 2019