ନୟାଗଡ (ଏଟିଆର ବ୍ୟୁରୋ); ଗରୀବ ରୋଗୀମାନେ ଔଷଧ ପାଇ ପାରୁନଥିବା ବେଳେ ପୋଲ ତଳୁ ମିଳିଛି ମେଞ୍ଚାଏ ମେଡିସିନ । ତେବେ ଏଥି ମଧ୍ୟରୁ କିଛି ମେଡିସିନର ଏକ୍ସପାରି ଡେଟ ପଳାଇଥିବା ବେଳେ ଆଉ କିଛି ମେଡିସିନର ଏକ୍ସପାରି ରହିଛି । କିଏ ଏବଂ କାହିଁକି ଏହି ମେଡିସିନ ଫୋପାଡିଛି ତାହା ଜଣା ପଡିନାହିଁ । ତେବେ ଏହି ଔଷଧ ମିଳିଛି ନୟାଗଡ ଜିଲ୍ଲା ଗୋଛାବାରୀ ଗାଁ ନିକଟରୁ । ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଏହି ଖବର ପହଁଞ୍ଚିବା ପରେ ସେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ, ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ମାତ୍ର ୫୦୦ ମିଟରେ ଦୂରରେ ଥିବା ପୋଲ ତଳେ ଫୋପାଡା ଯାଇଛି ଏହି ମେଡିସିନ । ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ହେବ ବୋଲି ଜଣା ପଡିଛି । ତେବେ ସବୁଠାରୁ ବଡ କଥା ହେଉଛି ଏହି ମେଡିସିନରେ ସରକାରୀ ଲୋଗ ରହିଛି । ଏଣୁ ସାଧାରଣ ଲୋକ ଅଭିଯୋଗ କରିଛନ୍ତି କି ନିରାମୟ ଯୋଜନାରେ ଆସୁଥିବା ମେଡିସିନ ଫୋପାଡା ଯାଇଛି । ତେବେ ଏହା କେତେ ଦୂର ସତ ତାହା ସ୍ପଷ୍ଠ ହୋଇ ନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଦନ୍ତ ଜାରି କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠିଛି ସାଧାରଣ ଲୋକଟିଏ ମେଡିସିନ ଖାଇବାକୁ ପାଉନଥିବା ବେଳେ ଏତେ ପରିମାଣର ମେଡିସିନ ଫୋପଡାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ସେପଟେ ଯେଉଁ ପୋଲ ପାଖରେ ମେଡିସିିନ ଫିଙ୍ଗା ଯାଇଛି ସେହି ଅଞ୍ଚଳରେ ଗାଇ ଗୋରୁ ଚରନ୍ତି । ଏଣୁ ଏହି ମେଡିସିନକୁ ଯଦି ଗାଇ ଗୋରୁ ୍ଖାଇ ଦେଇଥାନ୍ତେ ତେବେ ଅସୁବିଧାର ସମୁଖୀନ ଉପୁଜି ଥାନ୍ତା । ଏଣୁ ଭଗବାନଙ୍କ କୃପାରୁ ଆଗୁଆ ଲୋକଙ୍କ ନଜରରେ ଏହା ପଡି ଯାଇଛି । ତେବେ କିଏ ଏବଂ କାହିଁକି ଏହି ମେଡିସିନ ଫୋପାଡିଛି ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କେହି ସରକାରୀ କର୍ମଚାରୀ ମେଡିସିନ ଫୋପାଡିଛନ୍ତି ତେବେ କାହିଁକି ଏତେ ମେଡିସିନ ଫୋପାଡିଛନ୍ତି । ଯଦି ସରକାରୀ ମେଡିସିନ ଫୋପାଡା ଯାଇନାହିଁ ତେବେ ସରକାରୀ ଲୋଗ କେମିତି ଆସିଲା । ତେବେ ଏହି କଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଟୁପୁରୁ ଟାପୁରୁ ହେଉଛି ।