ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଭ୍ରମଣ ପୁସ୍ତକ “ମାଜେଷ୍ଟିକ ମାରା” ଲୋକାର୍ପିତ ହୋଇ ଯାଇଛି । ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଏହି ବହିର ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକରେ ଗଜପତି କେନିୟା ଭ୍ରମଣ କାହାଣୀକୁ ଉପସ୍ଥାପନା କରିଛନ୍ତି ।
ଏଥିରେ କେନିଆର ମାସୋଇ ମାରା ଅଞ୍ଚଳର ଭ୍ରମଣ ଅନୂଭୂତି ଉପସ୍ଥାପନା କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ଦିବ୍ୟସିଂହ ଦେବଙ୍କ ସମେତ କେନିୟା ହାଇକମିଶନର ଓ୍ୱିଲ କିପ୍ କୋରିର ବେଟ୍ ଓ କେନିୟା ଜାତୀୟ ଆସେମ୍ଲିର ବାଚସ୍ପତି ମୋସେସ୍ ଛେବୋଇ ପ୍ରମୁଖ ଉପସ୍ଥିତ ଥିଲେ ।