ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ୱେଲିଙ୍ଗଟନ୍ ଠାରେ ଚାଲିଥିବା ୫ ଦିନିକିଆ କ୍ରିକେଟ୍ ମ୍ୟାଚରେ ଭାରତର ଅବାନ୍ତି ରାୟଡୁ (୯୦), ବିଜୟ ଶଙ୍କର (୪୫) ଏବଂ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୨୨ଟି ବଲରେ ୪୫ ରନ୍ କରି ୪୯.୫ ଓଭର ଖେଳି ଭାରତ ଅଲଆଉଟ୍ ହୋଇଯାଇଛି । ନ୍ୟୁଜଜଲାଣ୍ଡ ପାଇଁ ୨୫୩ ରନ୍ ର ଲକ୍ଷ ରହିଛି ।
ପ୍ରଥମରୁ ଭାରତୀୟ ଟିମ୍ର ପ୍ରଦର୍ଶନ ବହୁତ ଖରାପ ଥିଲା । ୯.୩ ଓଭରର୍ସରେ ୧୮ ରନ୍ କରି ୪ଟି ୱିକେଟ୍ ପଡିଯାଇଥିଲା । ତାପରେ କ୍ରିକେଟି ମଇଦାନରେ ରାୟଡୁ , ବିଜୟ ଶଙ୍କର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଦାର ପ୍ରଦର୍ଶନରେ ୨୫୨ ରନ୍ ହାସଲ କରି ଭାରତୀୟ ଦଳକୁ ମଜବୁତ କରିଥିଲା ।
ଶେଷ ମ୍ୟାଚ୍ ତଥା ୫ମ ଦିନିକିଆ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲେ । ଏହାପୂର୍ବରୁ ଭାରତୀୟ ଟିମର ଆରମ୍ଭ ନିରାଶଜନକ ଥିଲା ।
ଅବାନ୍ତି ରାୟୁଡୁ ଏବଂ ବିଜୟ ଶଙ୍କର ମଧ୍ୟରେ ଥିବା ଯୋଡି ସେତେବେବେଳେ ଭାଙ୍ଗିଲା ଯେତେବେଳେ ବିଜୟ ୪୫ ରନ୍ କରି ରନ ଆଉଟ୍ ହୋଇଯାଇଥିଲେ । ବିଜୟ ୬୪ ବଳରେ ୪ଟି ଚୌକା ମାରିଛନ୍ତି । ବିଜୟ ରାୟଡୁଙ୍କ ସହିତ ୯୮ ରନ୍ ପର୍ଯ୍ୟନ୍ତ ଯୋଡି ହୋଇଥିଲେ ।
ସେହିପରି କେଦାର ଯାଦବ ମ୍ୟାଟ୍ ହେନେରୀଙ୍କ ବଲ୍ ରେ କ୍ଲନ୍ ବୋଲ୍ଡ ହୋଇଯାଇଥିଲେ । କେଦାର ୪୫ ବଲରେ ୩୪ ରନ୍ କରିଥିଲେ ।
ଅବାନ୍ତି ରାୟୁଡୁ ଶତକ ଲଗାଇବାରୁ ଓହରି ଯାଇଥିଲେ । ୪୪ ଓଭରରେ ହେନେରୀଙ୍କ ବଲରେ ବଡ ସର୍ଟ ଲଗାଇବା ଚକ୍କରରେ ସେ କ୍ୟାଚ୍ ଆଉଟ୍ ହୋଇଯାଇଥିଲେ । ରାୟୁଡୁଙ୍କ ଏହା ଥିଲା ୧୦ମ ଅର୍ଦ୍ଧଶତକ ।