ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟର ମହମ୍ମଦ କୈଫ ଦୀର୍ଘ ୧୨ ବର୍ଷ ପରେ କ୍ରିକେଟରୁ ବିଦାୟ ନେଇଛନ୍ତି । ସେ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି । କୈଫ ସର୍ବଦା ଜଣେ ଭଲ ଫିଲଡର ଭାବେ ବେଶ୍ ଜଣାଶୁଣା । ଏହା ସହିତ ତାଙ୍କର ବ୍ୟାଟିଂ ମଧ୍ୟ ଭଲ ।
କୈଫ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ସୋସିଆଲ ମିଡିଆରେ ଲେଖିଛନ୍ତ ଯେ, ‘ନେଟବେଷ୍ଟ ଟ୍ରଫି ହାସଲ କରିବାର ୧୬ ବର୍ଷ ହୋଇଗଲାଣି ଏବଂ ଆଜି ମୁଁ ସନ୍ନ୍ୟାସ ନେଉଛି । ଭାରତ ପାଇଁ ଖେଳିବାକୁ ମଉକା ଦେଇଥିବାରୁ କ୍ରିକେଟ ବୋର୍ଡକୁ ଧନ୍ୟବାଦ ଜଣାଉଛି’ ।
ସୂଚନାନୁଯାୟୀ, ୩୭ ବର୍ଷିୟ କୈଫ ଭାରତ ପାଇଁ ୧୩ ଟି ଟେଷ୍ଟ ଏବଂ ୧୨୫ଟି ୱାନଡେ ମ୍ୟାଚ୍ ଖେଳିଛନ୍ତି । ୨୦୦୨ରେ ହୋଇଥିବା ଲଡର୍ସ ଷ୍ଟାଡିୟମରେ ନେଟବେଷ୍ଟ ସିରିଜର ଫାଇନାଲ ମ୍ୟାଚରେ ଆକର୍ଷଣୀୟ ପରଫରମାନ୍ସ କରି ଭାରତକୁ ଜିତାଇଥିଲେ ।