ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନନ୍ଦନକାନନ ବୁଲିବାକୁ ଯାଉଛନ୍ତି କି? ଏଣିକି ଆଉ ଟିକେ ଅଧିକ ତଣ୍ଡ ଗଣିବାକୁ ପଡିବ । ସିଧା କହିବାକୁ ଗଲେ ପର୍ଯ୍ୟଟକମାନେ ଏଣିକି ଅଧିକ ପ୍ରବେଶ ଶୁଳ୍କ ଦେବେ । ଆସନ୍ତା ଏପ୍ରିଲ ୧ରୁ ଏହି ବର୍ଦ୍ଧି ଶୁଳ୍କ ଲାଗୁହେବ ।
ବୟସ୍କଙ୍କ ପାଇଁ ପୂର୍ବରୁ ପ୍ରବେଶ ଶୁଳ୍କ ୪୦ ଟଙ୍କା ଥିବା ବେଳେ ଏହା ୫୦ ଟଙ୍କାକୁ ବୃଦ୍ଧି ପାଇଛି । ପିଲାଙ୍କ ପାଇଁ ପୂର୍ବରୁ ରହିଥିବା ଫି’(୧୦ଟଙ୍କା) ଅପରିବର୍ତିତ ରହିଛି । ତେବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହି ଫି’ ପହଁଚିଛି ୧୦୦ଟଙ୍କାରେ । ଏହାଛଡା ପୂର୍ବରୁ କ୍ୟାମେରା ନେବା ଲାଗି ଫି’ ଦେବାକୁ ପଡୁଥିବା ବେଳେ ଏହାକୁ ଛାଡ କରାଯାଇଛି ।