ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ମମତା ବନାମ ସିବିଆଇ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ । ସେ କହିଛନ୍ତି କି ଲୋକତନ୍ତ୍ରକୁ ମୋଦି ଏକ ମଜାକ ବନେଇ ରଖିଛନ୍ତି । ସାମ୍ବିଧାନିକ ଢଙ୍ଗରେ ସେ ପ୍ରହାର କରୁଛନ୍ତି । ଗତ କିଛି ଦିନ ପୂର୍ବେ ସେ ନିଲ୍ଲୀ ସରକାରଙ୍କଠାରୁ ଆଣ୍ଟି କରପ୍ସନ ବ୍ରଞ୍ଚ ଛଡାଇ ନେଇଥିଲେ । ମୋଦି ଏବଂ ଅମିତ ଶାହାଙ୍କ ଯୋଡି ଭାରତୀୟ ଲୋକତନ୍ତ୍ର ପାଇଁ ବିପଦ । ମୁଁ ଏହାକୁ ନିନ୍ଦା କରୁଛି ।
ମମତାଙ୍କୁ ସହଯୋଗ କରିବା ପାଇଁ ଆଜି କେଜବାଲ ପଶ୍ଚିମବଙ୍ଗ ଯାଇପାରନ୍ତି । କେଜ୍ରିବାଲ ଟ୍ୱିଟ୍ କରିଛନ୍ତି କି, ମୁଁ ମମତା ଦିଦିଙ୍କ ସହ କଥା ହୋଇଛି ଏବଂ ମୋ ସମର୍ଥନ ତାଙ୍କୁ ଜଣାଇଛି । ମୋଦି ଏବଂ ଶାହାଙ୍କ କାମ ଅଜବ ଅଟେ ଏହା ସମ୍ପୂର୍ଣ୍ଣ ଲୋକତନ୍ତ୍ର ବିରେଧରେ ।
Spoke to Mamta didi and expressed solidarity. Modi-Shah duo’s action is completely bizarre and anti-democracy
— Arvind Kejriwal (@ArvindKejriwal) February 3, 2019
ଖବରମୁତାବକ, ପଶ୍ଚିମବଙ୍ଗରେ ରୋଜଭ୍ୟାଲି ଏବଂ ସାରଦା ଚିଟ୍ ଫଣ୍ଡ ଘୋଟାଲର ତଦନ୍ତ ସହ ଜଡିତ ଫାଇଲ ଗାୟବ ହେବାକୁ ନେଇ, କମିଶନର ରାଜୀବ କୁମାରଙ୍କୁ ପଚରାଉଚରା ପାଇଁ ୧୫ ଜଣ ସିବିଆଇ ଅଧିକାରୀ ପହଁଚିଥିଲେ । ସେଠାରେ ସିବିଆଈ ଅଧଇକାରୀ ଏବଂ ସ୍ଥାନୀୟ ପୋଲିସଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହୋଇଥିଲା । ପଶ୍ଚିମବଙ୍ଗ ପୋଲିସ ସିବିଆଇ ଅଧିକାରୀଙ୍କୁ ଥାନାକୁ ଉଠାଇ ନେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବି ନିଜ ଅଧିକାରୀଙ୍କ ପକ୍ଷକୁ ସମର୍ଥନ କରି ଧାରଣାରେ ବସିଛନ୍ତି ।
ମୁଖ୍ୟମନ୍ତ୍ରୀ, ପ୍ରଦେଶର ଡିଜିପି ଏବଂ ମେୟର ବି କମିଶନରଙ୍କ ଘରେ ପହଁଚିଥିଲେ । ଏହି ପୁରା ଘଟଣା ପରେ ମମତା ବାନାର୍ଜି କେନ୍ଦ୍ର ମୋଦିସ ସରକାରଙ୍କ ବିରୋଧରେ ଲଢିବା ପାଇଁ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ମମତା ବାନାର୍ଜିଙ୍କ ଧାରଣା ଜାରି ରହିଛି ।
ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜି ରବିବାର ରାତି ୮ଟାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣରେ ବସିଛନ୍ତି । ରାଜ୍ୟର ପୋଲିସ କମିଶନର ରାଜୀବ କୁମାରଙ୍କୁ ଚିଟ୍ ଫଣ୍ଡ ଘୋଟଲାରେ ଗିରଫ କରିବା ପାଇଁ ଆସିଥିବା ସିବିଆଇଙ୍କ ବିରୋଧରେ ମମତା ଏହି ଧାରଣାରେ ବସିଛନ୍ତି । ଏହାସହିତ ଏହି ସଙ୍କଟ ନ ଟଳିବା ଯାଏଁ ସେ ଧାରଣାରେ ବସିବେ ବୋଲି କହିଛନ୍ତି ।