ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ନାଗରିକତା ପାଇଲେ ପାକିସ୍ତାନୀ । ରାଜସ୍ଥାନର କୋଟା ସହରରେ ରହୁଥିବାର ପାକିସ୍ତାନୀ ମାନଙ୍କୁ ଭାରତର ନାଗରିକତା ମିଳିଛି । କୋଟା ସହରରେ ରହୁଥିବା ୮ ପାକିସ୍ତାନୀଙ୍କୁ ନାଗରିକତା ମିଳିଛି । ଏମାନେ ପାକିସ୍ତାର ସିନ୍ଧ ଅଞ୍ଚଳରୁ ଆସି ରାଜସ୍ଥାନରେ ରହୁଥିଲେ । ଗତ ୨୦୦ ମସିହାରୁ ଏମାନେ ରାଜସ୍ଥାନରେ ରହୁଛନ୍ତି । ଜିଲ୍ଲା ପ୍ରଶାସନ ଦ୍ୱାରା ସେମାନଙ୍କୁ ଏହି ନାଗରିକତା ପ୍ରଦାନ କରାଯାଇଛି । କୋଟା ଜିଲ୍ଲାର ଜିଲ୍ଲାପାଳ ଓମ ପ୍ରକାଶ ସେମାନଙ୍କୁ ଏହି ନଗରିକତା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ସେମାନଙ୍କୁ ନଗରିକତା ପ୍ରଦାନ କରିବା ପାଇଁ ଅନୁମତି ମିଳିଥିଲା ।
ତେବେ ଗତକାଲି ସେମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ନାଗରିକତା ପାଇବା ପରେ ସେମାନେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ସେମାନେ ଏଠାରେ ରହିବା ସହ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି । ଏହା ସହ ସିନ୍ଧରେ ରହୁଥିବାର ପାକିସ୍ତାନୀ ମାନେ ଭାରତ ଆସି ବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି ।