ପୁରୀ (ଏଟିଆର ବ୍ୟୁରୋ); ଦୀର୍ଘଦିନ ହେବ ସ୍ଥାନୀୟ ବଳିଆ ପଣ୍ଡା ଲାଇଟହାଉସ ବେଳାଭୂମି ମଙ୍ଗଳା ନଦୀ ମୁହାଣ ଆଦି ସ୍ଥାନରୁ ବାଲି ଚୋରା ଚାଲାଣ ହେଉଥିଲା । ରାତି ଅଧରେ ଟ୍ରକ ଟ୍ରକ ବାଲି ଚାଲାଣ ହେଉଥିଲା । ଫଳରେ ପୁରୀରେ ଭୂତଳ ବିଦ୍ୟୁତ କରଣ ନଷ୍ଟ ହେଉଥିଲା । ସେସୁର ପ୍ରାୟ ୫୦ ଲକ୍ଷ ଟଙ୍କା କ୍ଷତି ହୋଇଛି । ଏଣୁ ସେସୁ ଅଧିକାରୀ ବଳିଆ ପଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନା ଯୋଗ୍ୟ,ଗତକାଲି ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ,ବଳିଆ ପଣ୍ଡା ଥାନା ଅଧିକାରୀ,ସମୂଦ୍ର କୂଳ ଥାନା ଅଧିକାରୀ ଏବଂ ସେସୁ ନିର୍ବାହୀ ଯନ୍ତ୍ରୀ ମିଳିତ ଭାବରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୧୫ଟି ଟ୍ରକ,୨ଟି ଜେସିବି,ଗୋଟିଏ ହାଇବା ଜବତ କରିଛନ୍ତି । ସେପଟେ ୯ ଜଣ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛି । ତେବେ ବାକି ଡ୍ରାଇଭରମାନେ ଚଢ଼ାଉ ହେଉଥିବା ସମୟରେ ଫେରାର ହୋଇ ଯାଇଛନ୍ତି ।
କାହା ପ୍ରରୋଚନାରେ ଏହି ବାଲି ଚୋରା ଚାଲାଣ ହେଉଥିଲା ତାହା ଜଣା ପଡିନାହିଁ । ତେବେ ଏହି ରାକେଟର ମୁଖ୍ୟ ଆସାମୀ କିଏ ତାକୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି । ଉପଜିଲ୍ଲାପାଳ, ସେସୁ ନିର୍ବାହୀ ଯନ୍ତ୍ରୀ ଓ ଆର ଆଣ୍ଡ ବି ଅଧିକାରୀ, ବଳିଆପଣ୍ଡା ଥାନା ଅଧିକାରୀ ଓ ସମୁଦ୍ରକୂଳ ଥାନା ଅଧିକାରୀ ଏହି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି। ତେବେ ବାଲି କେଉଁ ଆଡ଼େ ଯାଉଥିଲା ଓ ଖୋଳିବା ଦ୍ୱାରା କ’ଣ କ୍ଷତି ହୋଇଛି, ତାହାର ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।