ପୁରୀ (ଏଟିଆର ବ୍ୟୁରୋ); ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ଆଜି ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହେବ। ଏ ନେଇ ଶ୍ରୀମନ୍ଦିର ସମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ ଏହି ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ବିଧି ରହିଛି। ଆଗକାଳରୁ ନଦୀରେ ରଥକାଠ ଅଣାଯାଉଥିଲା। ଏହି ଦୃଷ୍ଟିରୁ ବସନ୍ତ ପଞ୍ଚମୀକୁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବାର ସମୟ ଧାର୍ଯ୍ୟ ହୋଇଥିଲା। ଅତୀତରୁ ପାଳିତ ହେଇ ଆସୁଥିବା ଏହି ପରମ୍ପରା ଆଜି ବି ବଜାୟ ରହିଛି ।
ପରମ୍ପରା ଅନୁଯାୟୀ ଏହି ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବାର ବିଧି ରହିଛି। ଆଗକାଳରୁ ନଦୀରେ ରଥକାଠ ଅଣାଯାଉଥିଲା। ଏହି ଦୃଷ୍ଟିରୁ ବସନ୍ତ ପଞ୍ଚମୀକୁ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବାର ଏକ ସମୟ ଧାର୍ଯ୍ୟ ହେଉଥିଲା। ଅତୀତରୁ ପାଳିତ ହେଇ ଆସୁଥିବା ଏହି ପରମ୍ପରା ଆଜିବି ବଜାୟ ରହିଛି। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବ।
ପୁରୋହିତମାନେ ଏହି ପୂଜାକାର୍ୟ୍ୟ ସଂପନ୍ନ କରିବେ। ପବିତ୍ର ଅକ୍ଷୟ ତୃତୀୟ ଭିତରେ ଆବଶ୍ୟକ କାଠ ପହଞ୍ଚିବା ପରେ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ ହେବ।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ରଥଖଳାରେ ୩ଟି ରଥକାଠ ରଖାଯାଇ ରଥକାଠ ସଂଗ୍ରହର ଶୁଭ ଅନୁକୂଳ କରାଯିବ । ଏଥିପାଇଁ ଗତ ୪ ତାରିଖରେ ନୟାଗଡ଼ ବନଖଣ୍ଡରୁ ୫୭ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ପହଞ୍ଚିଛି । ଚଳିତବର୍ଷ ମୋଟ୍ ୬୭୦ ଖଣ୍ଡ କାଠ ସଂଗ୍ରହ କରାଯିବାକୁ ଥିବା ବେଳେ ଆଜିଠାରୁ ଅବଶିଷ୍ଟ କାଠ ସଂଗ୍ରହ କରାଯିବ । ରଥକୋଡ ଅନୁଯାୟୀ ୭୬୫ ଖଣ୍ଡ କାଠ ଦରକାର ଥିବା ବେଳେ ଗତବର୍ଷ ୯୫୩୭ ଖଣ୍ଡ କାଠ ବଳକା ରହିଛି । ଆଜି ରଥକାଠ ସଂଗ୍ରହର ଶୁଭ ଅନୁକୂଳ ପରେ ଆସନ୍ତା ଅକ୍ଷୟ ତୃତୀୟାରୁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ ।