ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ହୋଟେଲରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ନୂଆଦିଲ୍ଲୀରେ । କୋରଲବାଗରେ ଥିବା ଅର୍ପିତ ପ୍ୟାଲେସରେ ଘଟିଥିବା ଜଣା ପଡିଛି । ଏଠାରେ ୩୦ଟି ଦମକଳ ଗାଡି ନିଆଁକୁ ଆୟତ କରିବା ପାଇଁ ଲାଗିଛନ୍ତି । ପୋଲିସ,ଅଗ୍ନିଶମ ବିଭାଗ ଏବଂ ସାଧାରଣ ଲୋକ ମଧ୍ୟ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି । ତେବେ ଏହି ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ । କିନ୍ତୁ ଏହା ସର୍ଟସର୍କିଟି କାରଣରୁ ହୋଇଥିବା ଅନୁମାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ଉଭୟ ନିଆ ଲାଗିବାରୁ ଝରକା ଦେଇ ଡେଇଁ ପଡିଥିବା ବେଳେ ମୃତ୍ୟୁ ହୋଇଥିବା ଜଣା ପଡିଛି । ପାଞ୍ଚ ମହଲା ବିଶିଷ୍ଟ ଏହି ହୋଟେଲରୁ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ କେତେକ ଲୋକ ମଧ୍ୟ ଡେଇଁ ଆହତ ହୋଇଥିବା ଶୁଣିବାକୁ ମିଳିଛି । ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ ହୋଟେଲରେ ଶୋଇଥିଲେ ଲୋକ । ଏଣୁ ଅଣନିଶ୍ୱାସ ହୋଇ ମୃତ୍ୟୁ ଘଟିଛି । ଦୀର୍ଘ ଚାରି ଘଣ୍ଟା ଧରି ଉଦ୍ଧାର କାର୍ୟ୍ୟରେ ଲାଗିଥିବା ଦମକଳ ଓ ପୁଲିସ କର୍ମଚାରୀମାନେ ପ୍ରାୟ ୫୦ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି। ସାଙ୍ଘାତିକ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାୟ ୩୫ ଜଣ ଲୋକଙ୍କୁ ନିରାପଦରେ ହୋଟେଲ୍ରୁ ଉଦ୍ଧାର କରାଯାଇଛି।
୧୭ ଜଣ ମୃତକଙ୍କ ମଧ୍ୟରୁ ସାତ ଜଣ ପୁରୁଷ, ଜଣେ ମହିଳା ଓ ଗୋଟାଏ ପିଲାର ମୃତ୍ୟୁ ଘଟିଥିବା କଥା ପ୍ରଥମେ ଦମକଳବାହିନୀ କହିଥିଲା।ଏହାପରେ ଜଣକ ପରେ ଜଣକୁ ଉଦ୍ଧାର କରାଯାଇଥିଲା । ସେପଟେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଇଛି । ମିଳିଥିବା ସୂଚନା ମୁତାବକ କେରଳର ଗୋଟିଏ ପରିବାରର ୧୦ ଜଣ ସେହି ହୋଟେଲରେ ରହୁଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ପାଞ୍ଚ ଜଣଙ୍କ ପତ୍ତା ମିଳିନାହିଁ । ଏହି ଅଗ୍ନିକାଣ୍ଡ ଘଟିବା ପରେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । ୫ ମହଲା ବିଶିଷ୍ଟ ଏହି ହୋଟେଲ୍ରେ ନିଆଁ ଲାଗିଥିବା ନେଇ ସୂଚନା ପାଇବା ପରେ ୨୬ଟି ଦମକଳ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ସଦସ୍ୟମାନେ ନିଆଁକୁ ଆୟତ୍ତ କରିବା ସହିତ ହୋଟେଲ୍ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀକୁ ପ୍ରାୟ ୩ ଘଣ୍ଟା ଲାଗି ଯାଇଥିଲା।