ଭଦ୍ରକ (ଏଟିଆର ବ୍ୟୁରୋ); ହଜିଗଲା କି ମାନବିକତା । ମରିଗଲା କି ମଣିଷ ପଣିଆଁ । ମନ ଆସୁଛି ଏଭଳି ପ୍ରଶ୍ନ । କାରଣ ଜଣେ ମୃତ ଲୋକର ଶରୀରକୁ ଅନ୍ତିମ ସସ୍କାର କରିବା ପାଇଁ ପାଇଁ କେହି ବି କାନ୍ଧ ଦେଇନଥିଲେ । ନିଜ ଜନ୍ମକଲା ପୁଅ,ସ୍ତ୍ରୀ କିମ୍ବା ଭାଇ କେହିବି ଦେଇ ନଥିଲେ କାନ୍ଧ । ଘରେ ଦୁଇଦିନ ଧରି ଶବ ପଡି ରହିବା ପରେ ଶେଷରେ ଗାଁଲୋକଙ୍କ ଖବର କ୍ରମେ ପୋଲିସ ଉପସ୍ଥିତିରେ ଶବଦାହ ହୋଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଯିଛି ଭଦ୍ରକ ଜିଲ୍ଲାରେ । ସ୍ଥାନୀୟ ତିହିଡି ଥାନା କାପଡା ପଞ୍ଚାୟତ ଚିଲପଦା ଗ୍ରାମର ହେମନ୍ତ ମଲ୍ଲିକଙ୍କ ।ବକୁ କାନ୍ଧ ମିଳିନଥିବା ଜଣା ପଡିଛି ।
ପୋଲିସ ସୂଚନା ଅନୁଯାୟୀ ଗତ ଶନିବାର ଦିନ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତଦେହ ଗାଁ ପୋଖରୀରୁ ମିଳିଥିଲା । ଏଣୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ମାତ୍ର ହେମନ୍ତଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅ ମାରିଥିବା ଅଭିଯୋଗ କରିଥିଲେ ହେମନ୍ତଙ୍କ ଭାଇ ଏବଂ ପଡୋଶୀ ଲୋକ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । କେବଳ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା । ତେବେ ପୋଲିସ ମୃତଦେହ ଆଣିବା ପରେ ଘରେ ଦୁଇଦିନ ଧରି ଶବ ପଡି ରହିଥିଲା । ପୁଅ ଏବଂ ସ୍ତ୍ରୀ ଶବ ସକ୍ରାର କରିନଥିବା ବେଳେ ଭାଇ ମଧ୍ୟ ଶବକୁ ମଶାଣୀକୁ ନେଇନଥିଲେ । ପରିବାର ଲୋକଙ୍କ କାଦୁଅ ଫିଙ୍ଗାଫିଙ୍ଗି ମଧ୍ୟରେ ପଶି ନଥିଲେ ଗାଁ ଲୋକ । ଏଣୁ କେହି ବି ହେମନ୍ତଙ୍କୁ କାନ୍ଧ ଦେଇନଥିଲେ କି ମଶାଣୀକୁ ଶବଦାହ କରିବା ପାଇଁ ନେଇନଥିଲେ ।
ଶେଷରେ ପୋଲିସ ଆସି ବୁଝାଶୁଝା କରିବା ପରେ ପୋଲିସ ଉପସ୍ଥିତିରେ ଶବ ଦାହ ହୋଇଥିଲା । ଭାଇ ଏବଂ ଗାଁ ଲୋକଙ୍କ ଅଭିଯୋଗ କ୍ରମେ ବ୍ୟବଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୃତି ଦେଇଛି । ତେବେ ଏଠାରେ ଦୁଇଟି ପ୍ରଶ୍ନ ଉଠୁଛି । ପ୍ରଥମତଃ ନିଜ ସ୍ୱାମୀକୁ ସ୍ତ୍ରୀ କିପରି ପୁଅ ସହ ମିଶି ମାରିଲା । ମଣିଷର କଣ ମାନବିକତା ହଜି ଯାଇଛି କି । ଯାହାକୁ ନେଇ ଗାଁରେ ଚର୍ଚ୍ଚା ହେଉଛି । ସେପଟେ ଅନ୍ୟଟି ହେଉଛି ସେ ଯାହା ବି ହେଉ ଶେଷ ସମୟରେ ମଣିଷର ଶବକୁ କାନ୍ଧ ନଦେବା ବହୁତ ବଡ ଲଜ୍ଜାର ବିଷୟ । ସତରେ କଣ ମଣିଷ ପଣିଆଁ ମରି ଯାଇଛି କି?