ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଇ ପାଇଁ ଜଗା ଆଗରେ ବିନମ୍ର ଗୁହାରି ଜଣାଇଲା ଭାଇ । ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ଅସ୍ତ୍ରୋପଚାର ହେବାର ଦୀର୍ଘ ବର୍ଷେ ପରେ ଆଜି ଜଗା ଦିଲ୍ଲୀ ସ୍ଥିତ ହଜଖାସ ଜଗନ୍ନାଥ ମନ୍ଦିର ଯାଇ ବଳିଆ ପାଇଁ ପ୍ରର୍ଥନା କରିଛି ।
ଆଜ୍ଞା ହଁ ଏହି ବଡଧରଣର ଅପରେସନ୍ ପରେ ଦୁଇ ଭାଇଙ୍କର ମୁଣ୍ଡ ଅଲଗା ହୋଇଗଲା ସତ କିନ୍ତୁ ସଠିକ୍ ଭାବେ ସୁସ୍ଥ ହୋଇ ନାହାନ୍ତି । ଏଥିରେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ୯୮ ପ୍ରତିଶତ ସୁଧାର ଆସିଥିବା ବେଳେ, ବଳିଆର ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ହେଉଥିବାର ଡାକ୍ତର ସୂଚନା ଦେଇଛନ୍ତି ।
ପୂର୍ବରୁ ଜଗା ଏମ୍ସ ହସ୍ପିଟାଲରୁ ବାହାରି ମା ପୁଷ୍ପାଞ୍ଜଳୀଙ୍କ ସହିତ ଇଣ୍ଡିଆ ଗେଟ୍ ବୁଲାବୁଲି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏବେ ପୁଣି ମା ଓ ବାପାଙ୍କ ସହ ମିଶି ଜଗନ୍ନାଥ ମନ୍ଦିର ଦର୍ଶନ କରିଥିବାର ଜାଣିବାକୁ ମିଳିଛି ।