ସୋର (ଏଟିଆର ବ୍ୟୁରୋ); ଦୁନିଆ ଯେତେ ଆଗକୁ ଗଲେ ମଧ୍ୟ ଆଜିବି ଲୋକ ସେହି ରୁଗଣ ମାନସିକତା ଭିତରେ ରହିଥିବା ଦେଖିବାକୁ ମିଳିଛି । ଫଳରେ ବହୁ ଅଘଟଣ ଘଟୁଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସାମାନ୍ୟ ଯୌତୁକ କାରଣରୁ ଗର୍ଭବତୀ ମହିଳାଙ୍କୁ ପରିବାର ଲୋକ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ଭାଇ । ତେବେ ମୃତକ ହେଲେ ସସ୍ମିତା ବେହେରା । ତାଙ୍କ ଘର ସୋଲପଟା ଗ୍ରାମରେ ବୋଲି ଜଣା ପଡିଛି । ପୋଲିସରେ ଅଭିଯୋଗ ହେବାପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ମିଳିଥିବାେ ସୂଚନା ମୁତାବକ ତିନ ବର୍ଷ ତଳେ ସୋର ଆଙ୍ଗୁଳା ସୋଲପଟା ଗ୍ରାମର ପ୍ରତାପ ରାଉତ ଖଇରା ସୁନ୍ଦରପୁର ଗ୍ରାମର କୈଳାସ ବହେରାଙ୍କ ଝିଅ ସସ୍ମିତାକୁ ବୈଦିକ ରୀତିରେ ବିବାହ କରିଥିଲେ । ସକାଳେ ସସ୍ମିତାର ପେଟକାଟି ଗୁରୁତର ହୋଇ ପଡିବାରୁ ତାକୁ ଶ୍ବଶୁର ଘର ଲୋକ ଚିକିତ୍ସା କରିବାକୁ ସୋର ଡାକ୍ତରଖାନାକୁ ଆଣିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ନେବା ବଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସସ୍ମିତାଙ୍କ ଭାଇ ରବୀନ୍ଦ୍ର କୁମାର ବେହେରା ସୋର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ ବିବାହ ସମୟରେ ୫୦ ହଜାର ଟଙ୍କାର ଜାନି ଯୌତୁକ ଦେଇଥିଲେ ମଧ୍ୟ ଆହୁରୁ ଯୌତକୁ ପାଇଁ ସ୍ୱାମୀ ଏବଂ ଶ୍ୱଶୂର ସବୁବେଳେ ସସ୍ମିତାଙ୍କ ନିର୍ଯ୍ୟାତନା ଦେଉଥିଲେ । ତାଙ୍କୁ ଉଭୟ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ ଶାଶୁଘର ଲୋକ । ଏବେ ସେମାନେ ଜୀବନରୁ ମାରି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ଭାଇ ରବିନ୍ଦ୍ର । ତେବେ ଏହା କେତେଦୂର ସତ ତାହା ଜଣା ପଡିନାହିଁ ।ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛି ପୋଲିସ । ଦୁଇ ଦିନ ପୂର୍ବେ ସମ୍ବଲପୁର ହୀରାକୁଦ ଅଞ୍ଚଳରେ ମଧ୍ୟ ବଧୁ ହତ୍ୟା ଅଭିଯୋଗ ଆସିଥିଲା ।ଏବଂ ଶାଶୁ ଘର ଲୋକ ଜେଳ ଯାଇଛନ୍ତି । ବାରମ୍ବାର ଏଭଳି ବଧୁ ହତ୍ୟା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।