ପୁରୀ (ଏଟିଆର ବ୍ୟୁରୋ): ୧୨ ଘଣ୍ଟା ପରେ ବି ପୁରି ମର୍ଚ୍ଚିକୋଟ ଛକ ସ୍ଥିତ ସମ୍ରାଟ ମାର୍କେଟ କମ୍ପେ୍ଲକ୍ସରେ ଲିଭୁନି ନିଆଁ । ଜାରି ରହିଛି ଅଗ୍ନିଶମ ବିଭାଗର ଅପରେସନ । ନିଆଁର ଉତ୍ତାପ ଅଧିକ ଥିବା ହେତୁ ନାକେଦମ ନିଅାଁଲିଭା ଟିମ୍ । ଏବେ ବି ବନ୍ଦ କୋଠରୀର ସାମଗ୍ରୀ କୁହୁଳୁଥିବାର ଜଣାପଡିଛି । ଯାହାଦ୍ୱାରା ଧୀରେ ଧୀରେ ବିପଦଶଙ୍କୁଳ ହେଉଛି କମ୍ପେ୍ଲକ୍ସ ।
ଗତକାଲି ରାତି ୮ଟାରେ ମର୍ଚ୍ଚିକୋଟ ଛକ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଏକ ଲୁଗା ଦୋକାନରୁ ପ୍ରଥମେ ନିଆଁ ବ୍ୟାପିଥିଲା । କମ୍ପ୍ଲେକ୍ସରେ ଗହଣା, ଖେଳଣା, ଲୁଗା, କସମେଟିକ୍ସ ଦୋକାନ ରହିଥିବାରୁ ନିଆଁ ବ୍ୟାପକ ହୋଇଥିଲା । ଅକ୍ସିଜେନ ସିଲିଣ୍ଡର, ଫାୟାର ଏସ୍କେପ୍ ମାସ୍କ ପିନ୍ଧି ଉଦ୍ଧାର କାର୍ୟ୍ୟ କରିଥିଲା ଫାୟାର ଟିମ୍ ।