ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ରଙ୍ଗର ପର୍ବ ତଥା ଭାଇଚାରାର ପର୍ବ ହୋଲି । ଗାଁଠୁ ନେଇ ସହର ସବୁଠି ଆନନ୍ଦ, ଉଲ୍ଲାସ ତଥା ଉତ୍ସବର ମାହୋଲ ।
ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁଙ୍କ ସହ ମିଶି ବିଭିନ୍ନ ରଙ୍ଗରେ ରଙ୍ଗୀନ ହେବା ପାଇଁ ଉତ୍ସାହିତ । ସବୁଠି ଜମିବ ରଙ୍ଗର ମାହୋଲ । ସଭିଁଏ ହେବେ ରଙ୍ଗେଇ ।
ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶବିଶେଷ ହେଉଛି ହୋଲି ଉତ୍ସବ।