କଳାହାଣ୍ଡି ( ଏଟିଆର ବ୍ୟୁରୋ ) ; ଆଜି କଳାହାଣ୍ଡି ଜିଲ୍ଲାର ୯ ଟି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ମଧ୍ୟ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନର୍ଲା ବ୍ଲକ ପାଇଁ ୪ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ୨୨୩ଟି ପ୍ରକଳ୍ପକୁ ମଞ୍ଜୁର କରିଥିଲେ । କାର୍ୟ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭୁପିନ୍ଦ୍ରର ସିଂ, ବିଧାୟକ ଧନେଶ୍ୱର ମାଝି, ବଳଭଦ୍ର ମାଝି, ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ମଞ୍ଜୁର ପାଈଁ ବ୍ଲକ ଅଧ୍ୟକ୍ଷ୍ୟା ଧନ୍ୟବାଦ ଦେଇଥିଲେ ।ଏଥିରେ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା, ବିଜୁ ଯୁବ ବାହିନୀର ସଦସ୍ୟ, ବିଜେଡ଼ି କର୍ମୀ, ପଞ୍ଚାୟତ ପ୍ରତିନିଧି, ସାଧାରଣ ଲୋକେ ଯୋଗ ଦେଇଥିଲେ ।