ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ପ୍ରତ୍ୟେକ କଳାକାର ଗୋଟେ ଥର କିଛି ନା କିଛି ନୂତନ ଲୁକ୍ ରେ ସାମ୍ନାକୁ ଆସିଥାନ୍ତି । ଯାହାଫଳରେ ସେ ଦର୍ଶକଙ୍କର ଅତିପ୍ରିୟ ହୋଇ ପାରିବେ । ସେହିପରି ବିଗ୍ ବି ଅମିତାଭ ବଚ୍ଚନ ବି ତାଙ୍କର ପ୍ରତ୍ୟେକ ଫିଲ୍ମରେ ନୂଆ ନୂଆ ଲୁକ୍ ରେ ନଜର ଆସିଥାନ୍ତି । ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବେ ତାଙ୍କ ଅପକମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ପ୍ରତ୍ୟେକ ବ୍ୟକ୍ତି ବିଗ୍ ବିଙ୍କ ସହ କାମ କରିବା ପାଇଁ ଇଛା କରିଥାନ୍ତି । କିନ୍ତୁ ସହଜରେ ବିଗ୍ ବିଙ୍କ ସହ କାମ କରିବା ପାଇଁ ମଉକା ମିଳିନଥାଏ ।
ପ୍ରକୃତରେ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ଫିଲ୍ମ ‘ଝୁଣ୍ଡ୍’ ରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ନାଗରାଜ ମଞ୍ଜୁଲେ ଅଛନ୍ତି, ଯିଏ ପ୍ରଥମ ଥର ପାଇଁ ବିଗ୍ ବିଙ୍କ ସହ କାମ କରିବା ପାଇଁ ମଉକା ପାଇଛନ୍ତି । ଅନେକ ଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଥିଲା । ଫିଲ୍ମଟି ଚଳିତ ବର୍ଷ ସେପ୍ଟମ୍ବର ୨୦ରେ ପରଦାରେ ମୁକ୍ତିଲାଭ କରିବ ।
ନିକଟରେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି । କୁହାଯାଉଛି କି ଏହି ଫିଲ୍ମରେ ସୌରାଟର ସୁପରହିଟ୍ ଯୋଡି ରିଙ୍କୁ ରାଜଗୁରୁ ଏବଂ ଆକାଶ ଠୋସର ବି ଅମିତାଭଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ । ଏଥିରେ ଅମିତାଭ ବଚ୍ଚନ ଜଣେ ଫୁଟବଲ୍ କୋଚ୍ ଭାବେ ନଜର ଆସିବେ । ଏହି ଫିଲ୍ମକୁ ଭୁଷଣ କୁମାର, କୃଷ୍ଣା କୁମାର, କବିତା ରାଜ, ରାଜ ହିରେମଥ ଏବଂ ନାଗରାଜ ମଞ୍ଜଲା ମିଶି ପ୍ରଡ୍ୟୁସ କରିଛନ୍ତି । ଫିଲ୍ମଟି ଏଭଳି ଜଣେ ଅବସର ପ୍ରାପ୍ତ ସ୍ପୋଟର୍ସ ଶିକ୍ଷକ ଉପରେ ଆଧାରିତ, ଯିଏ ସ୍ଲମ ଏରିଆରେ ଫୁଟବଲ୍ ମୁଭମେଣ୍ଟ ର ଶୁଭାରମ୍ଭ କରୁଛନ୍ତି ।