ଭଞ୍ଜନଗର (ଏଟିଆର ବ୍ୟୁରୋ); ପତ୍ୟେକ ଦିନ ସକାଳୁ ଖବର କାଗଜ ହେଉ ବା ଟିଭି ଖୋଲୁ ଖୋଲୁ ଦୁର୍ଘଟଣା ଖବର ଦେଖିବାକୁ ମିଳୁଛି । ଦୀର୍ଘଦିନ ହେବ ନିୟମିତ ଭାବରେ ଏଭଳି ଦୁର୍ଘଟଣା ଘଟି ଆସୁଛି । ଗତବର୍ଷ ଦୁର୍ଘଟଣାରେ ବହୁ ଲୋକଙ୍କ ପ୍ରାଣ ଯାଇଥିଲା । ତେବେ ଚଳିତ ବର୍ଷ ଆରମ୍ଭରୁ ମଧ୍ୟ ବହୁ ଦୁର୍ଘଟଣାମାନ ଘଟିଆସୁଛି । ମହନଦୀ ବ୍ରିଜ ଉପରୁ ବସ ଦୁର୍ଘଟଣା ହେଉ ବା ବରଯାତ୍ରୀ କାର । ତେବେ ପୁଣି ଏଭଳି ଏକ ବରଯାତ୍ରୀ ବସ ଦୁର୍ଘଟଣା ଘଟିଥିବା ଜନରକୁ ଆସିଛି । ଠାକୁରଙ୍କ କୃପାରୁ ଯଦିଓ କେହି ମୃତ୍ୟୁ ବରଣ କରି ନାହାଁନ୍ତି କିନ୍ତୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି ସେମାନେ ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଭଞ୍ଜନଗର ଅଞ୍ଚଳରେ ।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଆସିକାରୁ ଫେରୁଥିବା ଏକ ବରଯାତ୍ରୀ ବସ ଅନ୍ଧାରୀକୋଟଠାରେ ଦୁର୍ଘଟଣା ଘଟିଛି । ବସଟି ଭାରସାମ୍ୟ ହରାଇ ଘାଟିରେ ଖସି ପଡିଛି । ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହାତ ମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ୫ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିବା ପରେ ପୋଲିସ ଏବଂ ସ୍ଥାନୀୟ ଲୋକ ମିଶି ଆହାତ ମାନଙ୍କୁ ଉଦ୍ଧାର କରିଥିଲେ । ଏବଂ ପୋଲିସ ଆହାତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ସେପଟେ ଘଟଣାର ତନାଘନା କରୁଛି ପୋଲିସ ।