ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ସମୟ ବ୍ୟବଧାନ ପରେ ଶେଷରେ ସାମସଙ୍ଗ କମ୍ପାନୀ ଏକ ଫୋଲଡେବୁଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ସ୍ୟାନଫ୍ରାନସିସ୍କୋରେ ଆୟାଜିତ ହୋଇଥିବା ଗ୍ୟାଲେକ୍ସି ଅନପ୍ୟାକଡ ଇଭେଣ୍ଟରେ ସାମସଙ୍ଗ ଗ୍ୟାଲେକ୍ସି ଫୋଲ୍ଡ ସେଟ୍ ଲଞ୍ଚ କରାଯାଇଛି । ଏହାସହିତ ସିରିଜ୍ ଭାବେ ଗ୍ୟାଲେକ୍ସି ଏସ୧୦, ଗ୍ୟାଲେକ୍ସି ଏସ୧୦ଇ ଏବଂ ଗ୍ୟାଲେକ୍ସି ଏସ୧୦ ପ୍ଲସ ବି ଲଞ୍ଚ କରାଯାଇଛି । ସାମସଙ୍ଗ ଫୋଲ୍ଡର ବିଶେଷତା ହେଉଛି ଏଥିରେ ଦୁଇଟି ଡିସପ୍ଲେ ରହିଛି । ଏହାସହିତ ଏହି ଫୋନ୍ ଟି ବହି ଭଳି ଫୋଲ୍ଡ ହୋଇଯାଉଛି ।
ସାମସଙ୍ଗ ଗ୍ୟାଲେକ୍ସି ଫୋଲ୍ଡ ର ସ୍ପେସିଫିକେସନ:
କମ୍ପାନୀ ପକ୍ଷରୁ ଏହି ସେଟ୍ ର ପ୍ରୋସେସର ବିଷୟରେ ବିବରଣୀ ଦିଆଯାଇ ନାହିଁ । କିନ୍ତୁ ଏହି ପ୍ରୋସେସର ୭ଏନଏମ ପ୍ରୋସେସ ଦ୍ୱାରା ପ୍ରସ୍ତୁତ କରାଯାଇଛି । କୁହାଯାଉଛି କି ଏତିରେ କ୍ୟାଲକମ ର ସ୍ନାପଡ୍ରାଗନ ୮୫୫ ପ୍ରୋସେସର ରହିଛି । ଏହି ଫୋନ୍ ରେ ୭.୩ ଇଞ୍ଚର ଇନାଫିନିଟି ଫ୍ଲେକ୍ସ ଡାୟନୋମିକ ଏମୋଲେଡ ପ୍ରାଇମେରୀ ଡିସପ୍ଲେ ରହିଛି । ଯାହାର ରିଜ୍ୟୁଲେସନ୍ ୧୫୩୬*୨୧୫୨ ପିକ୍ସଲ ।
ସେହିପରି ଦ୍ୱିତୀୟ ଡିସପ୍ଲେଟି ହେଉଛି ୪.୬ ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ । ଯାହାର ରିଜ୍ୟୁଲେସନ ୮୪୦*୧୯୬୦ ପିକ୍ସଲ । ଫୋନର ଷ୍ଟୋରେଜ୍ କଥା କହିଲେ ଏଥିରେ ୧୨ଜିବି ର୍ୟାମ ସହିତ ୫୧୨ ଜିବି ର ଷ୍ଟୋରେଜ ମିଳିବ । ଷପଶନ୍ ରେ ଦୁଇଟି ବ୍ୟାଟେରୀ ରହିଛି । ଯାହାର କ୍ଷମତା ୪୩୮୦ଏମଏଏଚ୍ ।
ସାମସଙ୍ଗ ଗ୍ୟାଲେକ୍ସି ଫୋଲ୍ଡର କ୍ୟାମେରା:
ଏହି ଫୋନ୍ ସର୍ବମୋଟ ୬ଟି କ୍ୟାମେରା ରହିଛି । ଯେଉଁଥିରୁ ୩ଟି ପଛପଟେ,୨ଟି ଭିତରେ ଏବଂ ଗୋଟେ ଆଗପଟେ ରହିଛି । ଫୋନର ରୟର ପ୍ୟାନେଲରେ ୧୬ ମେଗାପିକ୍ସଲର ଅଲ୍ଟ୍ରା ୱାଇଡ୍ ଆଙ୍ଗେଲର ପ୍ରଥମ ଲେନ୍ସ, ୧୨ ମେଗାପିକ୍ସଲର ୱାଇଡ୍ ଆଙ୍ଗେଲ ଲେନ୍ସ ଏବଂ ୧୨ ମେଗାପିକ୍ସଲର ଟେଲିଫଟୋ ଲେନ୍ସ ରହିଛି । ସେହିପରି ଫ୍ରଣ୍ଟରେ ୧୦ ମେଗାପିକ୍ସଲ ଏବଂ ୮ ମେଗାପିକ୍ସଲର ଡୁଆଲ କ୍ୟାମେରା ।
ସାମସଙ୍ଗ ଗ୍ୟାଲେକ୍ସି ଫୋଲ୍ଡ ର ଦର:
ଏହି ଫୋନ୍ କିଛିଟା ବଛାବଛି ଦେଶରେ ଅପ୍ରିଲ ୨୬,୨୦୧୯ରେ ବଜାରରେ ଉପଲବ୍ଧ ରହିବ । ଏହି ଫୋନର ମୂଲ୍ୟ ହାରାହାରି ୧୯୮୦ ଆମେରିକାନ ଡଲାର ମାନେ ୧,୪୧,୩୦୦ ଟଙ୍କା । ଗ୍ରୀନ୍, ବ୍ଲୁ, ସିଲଭର ଏବଂ ବ୍ଲାକ ରଙ୍ଗର ଫୋନ୍ ପାଇପାରିବେ । ମାତ୍ର ଭାରତୀୟ ବଜାରରେ ଏହି ଫୋନ୍ ଲଞ୍ଚିଙ୍ଗ ପାଇଁ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳି ନାହିଁ ।