ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୋଲି ପୂର୍ବରୁ ରନ୍ଧନ ଗ୍ୟାସ ଉପଭୋକ୍ତାଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର । ଆଜିଠାରୁ ୧୪.୨ କିଲୋଗ୍ରାମର ବିନା ସବସିଡି ଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ୫୨.୫୦ ଟଙ୍କା ହ୍ରାସ କରାଯାଇଛି । ଏବେ ଏହି ଗ୍ୟାସ ସିଲିଣ୍ଡର ୮୪୧ ଟଙ୍କାରେ ପାଇବେ ଉପଭୋକ୍ତା ।
ରିପୋର୍ଟ ମୁତାବକ, ପ୍ରତ୍ୟେକ ମାସ ୧ ତାରିଖରେ ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡରର ଦର ରେ ପରିବର୍ତ୍ତନ ହୋଇଥାଏ । ମାତ୍ର ପୂର୍ବଥର ଫେବୃଆରୀ ୧୨ ତାରିଖରେ ଏହି ଦାମ୍ ରେ ପରିବର୍ତ୍ତନ କରାଯାଇଥିଲା ।
ଇଣ୍ଡିଆନ୍ ଅଏଲ ୱେବସାଇଟ୍ ଅନୁସାରେ, ଫେବୃଆରୀ ମାସରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ସିଲିଣ୍ଡର ଦାମ୍ ରେ ୧୪୪.୫୦ ଟଙ୍କା ମହଙ୍ଗା ହୋଇଥିଲା । ଏହାପରେ ଏହାର ଦାମ୍ ୮୫୮.୫୦ ଟଙ୍କା ହୋଇଥିଲା । ସେହିପରି ଏହାର ଦାମ୍ ୧୪୯ ଟଙ୍କା ମହଙ୍ଗା ହୋଇଥିଲା । ସେହିପରି ମୁମ୍ବାଇରେ ଏହାର ଦାମ ଏବେ ୮୨୯.୫୦ ଟଙ୍କା ଏବଂ ଚେନ୍ନାଇରେ ଏହାର ଦର ୮୮୧ ଟଙ୍କା ହୋଇଛି ।