ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ରାଜ । ଦିନ ଦ୍ୱିପ୍ରହରେ ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ସୁନା ଗହଣା ଏବଂ ଟଙ୍କା । ଯାହାକୁ ନେଇ ଭୟଭୀତ ରାଜଧାନୀ ବାସୀ । ତେବେ ଆଜି ପୁଣିଥରେ ଭୁବନେଶ୍ୱରରେ ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ଲୁଟେରାଙ୍କୁ ମାଡିବସିଛନ୍ତି ମହିଳା । ଲୁଟେରାକୁ ଉତ୍ତମ ମଧ୍ୟମ ଦେବା ସହିତ ତାକୁ ଥାନାରେ ପୁରାଇଛନ୍ତି ମହିଳା । ସାହାସୀ ମହିଳା ହେଲେ ଅଭିଜିତା ମହାପାତ୍ର । ତାଙ୍କୁ କମିଶନରେଟ ପୋଲିସ ପକ୍ଷରୁ ପୁରଷ୍କୃତ କରାଯଇଛି । ଗିରଫ ଅଭିଯୁକ୍ତ ହେଲା ସୋମନାଥ ଦାଶ । ତା ଘର ଆଖୁପାଳ ଅଞ୍ଚଳରେ ବୋଲି ଜଣା ପଡିଛି ।ତେବେ ଅଭିଜିତାଙ୍କ ଏହି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ।
Appreciate the courage of Abhijita Mohapatra in foiling the chain snatching attempt by two bike borne attackers in #Bhubaneswar and ensuring the arrest of one criminal. Her courageous deed is indeed praiseworthy.
— Naveen Patnaik (@Naveen_Odisha) February 23, 2019
ଆଜି ସକାଳେ ଅଭିଜିତା ମାର୍କେଟିଂ ସାରି ଘରକୁ ଫେରୁଥିବା ବେଳେ ତିନି ଜଣ ଲୁଟେରା ପଲସର ବାଇକରେ ଆସି ତାଙ୍କ ଉପରେ ଝାମ୍ପ ମାରିଥିଲେ । ମାତ୍ର ଅଭିଜିତାଙ୍କ ସାହସିକତା ଏବଂ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ୫ ମିନିଟ ପର୍ଯ୍ୟନ୍ତ ଲୁଟେରା ସହିତ ଲଢ଼ିଥିଲେ । ତଳେ ପଡିଥିଲେ ମଧ୍ୟ ଚେନକୁ ନେବା ପାଇଁ ଦେଇନଥିଲେ । ଏହାପରେ ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଦୌଡି ଆସିଥିଲେ । ଏବଂ ଲୁଟେରାକୁ କାବୁ କରିନେଥିଲେ । ଏବଂ ଲୁଟେରାକୁ ଉତ୍ତମ ମଧ୍ୟମ ଦେବା ସହିତ ପୋଲିସ ଜିମା ଦେଇଥିଲେ । ସେପଟେ ସାଥୀ ହୋଇ ଆସିଥିବା ଅନ୍ୟ ଦୁଇଜଣ ଲୁଟେରା ଲୋକ ଆସୁଥିବା ଦେଖିବା ପରେ ଚମ୍ପଟ ମାରିଥିଲେ । ତେବେ ଅଭିଜିତାଙ୍କ ଏହି ଏହି ସାହସିକତା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୫ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।
ପ୍ରଥମ ଥର ପାଇଁ ଚୋରି କରିବା ପାଇଁ ଆସିଥିଲା ସେମାନାଥ । ତେବେ ଭୁଲ ଜାଗାରେ ହାତ ମାରି ବାମ୍ପ ନେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପରେ ପୋଲିସ ଖବର ପାଇବା ପରେ ସୋମନାଥକୁ ଗିରଫ କରିଛି । ସେପଟେ ଅଭିଜିତାଙ୍କ ଏଭଳି ସାହସିକତା ପାଇଁ କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ପୁରଷ୍କୃତ କରାଯିବ ବୋଲି ସୂଚନା ମିଳିଛି । ଅଭିଜିତାଙ୍କ ଏହି ସାହସିକତା ପାଇଁ ବିଭିନ୍ନ ଦିଗରୁ ପ୍ରଂସଶାର ସୁଅ ଛୁଟିଛି ।