ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ସିବିଆଇ ଘେରରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ସର୍ବଦା ଘୋଟାଲା ମାମଲାକୁ ନେଇ ବିବାଦରେ ରହି ଆସିଛନ୍ତି ଲାଲୁ । ଏବେ ପୁଣି ଏକ ଅଭିଯୋଗ ଆସିଛି କି ସେ ରେଳମନ୍ତ୍ରୀ ଥିବା ସମୟରେ ରାଜସ୍ଥାନରେ ୨୭୬ ଲୋକ ବିନା ପରୀକ୍ଷାରେ କିମ୍ବା ଇଣ୍ଟରଭ୍ୟୁରେ ରେଲୱେରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୧୧ ଜଣ ବିହାରର ଥିଲେ ବୋଲି ଜାଣିବାକୁ ମିଳିଛି । ଏବେ ସେନେଇ ସିବିଆଇ ତଦନ୍ତ ଜାରି କରିଛି । ସିବିଆଇ ପକ୍ଷରୁ ଉତ୍ତର-ପଶ୍ଚିମ ରେଲୱେ ଜୋନର ୨୭୬ ଜଣ କର୍ମଚାରୀଙ୍କୁ ସମସ୍ତ ତଥ୍ୟ ମଗା ଯାଇଛି ।
ରେଲୱେ ମହାପ୍ରବନ୍ଧକଙ୍କ ପାଖରେ ଅବାଶ୍ୟକତା ଅନୁଯାୟୀ ନିଯୁକ୍ତି କରିବାର ଅଧିକାର ଥାଏ । ଏହି ବ୍ୟବସ୍ଥାକୁ ସବସିଚ୍ୟୁଟ୍ ଭାବେ କରାଯାଏ । ୧୨୦ ଦିନର ନିୟମିତ ପରିକ୍ଷଣ ପରେ ଲୋକଙ୍କୁ ଅସ୍ଥାୟୀ କର୍ମଚାରୀର ପଦ ମିଳିଥାଏ । ଏହାସହିତ ଇଣ୍ଟରଭ୍ୟୁ ନିଆଯାଇ ମଧ୍ୟ ନିଯୁକ୍ତି କରାଯାଇଥାଏ ।
ଖବରମୁତାବକ, ପୂର୍ବରୁ ଲାଲୁଙ୍କ କାର୍ଯ୍ୟଳୟରେ ୨୭୬ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ଏହାକୁ ଆଧାର କରି ସିବିଆଇ ତଦନ୍ତ କରିଥିଲା । ସେଥିରୁ ଜାଣିବାକୁ ମିଳିଥିଲା କି ଉପଯୁକ୍ତ କର୍ମଚାରୀଙ୍କୁ ଯୋଧପୁର,ଜୟପୁର,ବିକାନେର ଏବଂ ଆଜମେର ମଣ୍ଡଳରେ ନିଯୁକ୍ତି କରାଯାଇଥିଲା । ଏବେ ଉତ୍ତର-ପଶ୍ଚିମ ରେଲୱେ ଜୋନର କ୍ରମିକ ଅଧିକାରୀ ଡାଃ. ହିନା ଅରୋଡା ସେହି ଚାରି ମଣ୍ଡଳର ପ୍ରବନ୍ଧକଙ୍କୁ ସେହି କର୍ମଚାରୀଙ୍କ ପୋଷ୍ଟିଙ୍ଗର ସୂଚି ମାଗିଛନ୍ତି । ଏହି ସମସ୍ତ ତଥ୍ୟ ସିବିଆଇ ତଦନ୍ତ ପାଇଁ ମଗାଯାଇଛି ।
ନିଯୁକ୍ତି ପାଇଥିବା କର୍ମିଙ୍କ ମଧ୍ୟରେ ୧୧୧ ଜଣ ବିହାରର । ସେହିପରି ଉତ୍ତର ପ୍ରଦେଶର ୧୬ ଜଣ, ଦିଲ୍ଲୀର ୧୧ ଜଣ, ହରିଆଣାର ୯ ଜଣ, ରାଜସ୍ଥାନର ୧୧୬ ଏବଂ ଅନ୍ୟ ରାଜ୍ୟର ୧୩ ଲୋକ ସାମିଲ ଅଛନ୍ତି । ଏହାବ୍ୟତିତ ୨୦୦୭-୦୮ ରେ ବି ଏଭଳି ୧୩୦ ଲୋକଙ୍କୁ ନିଯୁକ୍ତି କରାଯାଇଥିଲା । ଯେଉଥିରୁ ୯୫ ଲୋକ କେବଳ ବିହାରର ଥିଲେ ।