ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଚାନ୍ଦିନୀ ମାନେ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ପ୍ରଥମ ପୂର୍ଣ୍ଣ୍ୟତିଥି । ଗତବର୍ଷ ଫେବ୍ରୁଆରୀ ୨୪ ଦୁବାଈର ଏକ ହୋଟେଲରେ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ତବ୍ଧ ହୋଇପଡିଥିଲା । ଏହାସହିତ ତାଙ୍କ ପରିବାରକୁ ଏକ ବଡ ଝଟକା ଲାଗିଥିଲା । ଶ୍ରୀଦେବୀ ତାଙ୍କର କଠିନ ପରିଶ୍ରମ, ଅଭିନୟ ଏବଂ ଭଲ କାମ ପାଇଁ ବେଶ୍ ଜଣା ଶୁଣା ଥିଲେ ।
ମା’ଙ୍କ ପ୍ରଥମ ପୂର୍ଣ୍ଣ୍ୟତିଥିରେ ବଡ ଝିଅ ଜାହ୍ନବୀ ତାଙ୍କ ମନେପକାଇବା ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଦେଖିଲା ପରେ ଲାଗୁଛି କି ଜାହ୍ନବୀ ତାଙ୍କ ମା’ଙ୍କ ହାତକୁ ଧରିଛନ୍ତି । ଏହାସହିତ ସେ ଏକ ଇମୋଶନାଲ ମେସେଜ୍ ମଧ୍ୟ କରିଛନ୍ତି ।
ଖବରମୁତାବକ, ଶ୍ରୀଦେବୀଙ୍କ ଖୁବ୍ ନିକରତର ଥିଲେ ଜାହ୍ନବୀ । ଶ୍ରୀଦେବୀ ଏକ ଇଣ୍ଟରଭ୍ୟୁ ଜରିଆରେ କହିଥିଲେ କି ଜାହ୍ନବୀ ମୋର ବହୁତ ନିକଟତର । ସେହିପରି ଖୁସି ତାଙ୍କ ପିତା ବୋନି କପୁରଙ୍କ ନିକଟତର ।
ମାତ୍ର ସବୁଠୁ ଦୁଃଖର ବିଷୟ ଥିଲା କି ମା’ଙ୍କ ନିଧନ ସମୟରେ ଜାହ୍ନବୀ ତାଙ୍କ ପାଖରେ ନଥିଲେ । ସେହି ସମୟରେ ସେ ତାଙ୍କର ଡେବ୍ୟୁ ଫିଲ୍ମ ‘ଧଡକ’ ର ସୁଟିଂ ରେ ବ୍ୟସ୍ତ ଥିଲେ । ସେଥିପାଇଁ ସେ ଦୁବାଇ ରେ ଆୟୋଜିତ ହୋଇଥିବା ତାଙ୍କ ଭାଇ ମୋହିତଙ୍କ ବାହାଘରରେ ଯୋଗ ଦେଇ ପାରିନଥିଲେ ।
ପ୍ରଥମ ବର୍ଷିରେ ଚେନ୍ନାଇରେ ଏକ ବିଶେଷ ପୂଜା ରଖାଯାଇଥିଲା । ଏଥିରେ ଶ୍ରୀଦେବୀଙ୍କ ପୂରା ପରିବାର ସାମିଲ ଥିଲେ । ଏହି ପୂଜାରେ ସମସ୍ତଙ୍କ ଆଖିରୁ ଲୁହ ଝରୁଥିବାର ଦେଖିବାକୁ ମିଳିଥିଲା ।