ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ସ୍ଥିତ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିବାକୁ ନେଇ ଭାରତୀୟ ବାୟୁସେନାକୁ ସଲାମ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦଳର ପ୍ରବକ୍ତା ଅଭିଶେକ ମନୁସିଂଘବୀ କହିଛନ୍ତି କି ସାଉଦୀ ଏବଂ ଚୀନରୁ ମିଳିଥିବା ଭିଖକୁ ଗଣିବାରେ ପାକିସ୍ତାନ ବ୍ୟସ୍ତ ଥିଲା । ସେହି ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ରାଜଧାନୀ ପାଖରେ ପହଁଚି ଏହି ଅଭିଯାନକୁ ସଫଳତା ପୂର୍ବକ ଜବାବ ଦେଇଛନ୍ତି । ଭାରତୀୟ ବାୟୁସେନା ଆଜି ସକାଳୁ ନିୟନ୍ତ୍ରଣ ରେଖା ପାରି କରି ପାକିସ୍ତାନ ସ୍ଥିତ ଆତଙ୍କବାଦୀ କ୍ୟାମ୍ପ ଉପରେ ବୋମା ବର୍ଷା କରି ଉଡାଇ ଦେଇଛନ୍ତି ।
ଭାରତୀୟ ବାୟୁସେନାର ଏହି ଅଭିଯାନ ପାଇଁ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ବାୟୁସେନାଙ୍କୁ ଅଭିବାଦନ ଜଣାଇଛନ୍ତି । ସେ ଲେଖିଛନ୍ତି କି , ‘ମୁଁ ଭାରତୀୟ ବାୟୁସେନାର ପାଇଲଟଙ୍କୁ ସଲାମ କରୁଛି ।’
?? I salute the pilots of the IAF. ??
— Rahul Gandhi (@RahulGandhi) February 26, 2019
ସେହିପରି ଅଭିଶେକ ମନୁସିଂଘବୀ ଟ୍ୱିଟ୍ କରି କହିଛନ୍ତି କି, ‘ନିୟନ୍ତ୍ରଣ ରେଖା (ଏଲଓସି) ଠାରୁ ବାଲାକୋଟ ବହୁତ ଦୁରରେ ରହିଛି ଏବଂ ଏହାପରେ ହାପିଜ୍ ସଇଦ୍ ନିଜର ଅନେକ ସୂଚନା ଦେଉଥିଲା । ଯଦି ଆଇଏଏଫ୍ ଏତେ ଭିତରକୁ ଯାଇ ପାରିଲେ ଏବଂ ବିନା କୌଣସି ନଷ୍ଟ କରି ଅଭିଯାନକୁ ସଫଳ କରାଇ ପାରିଲେ । ବାଲୋକୋଟରେ ଭାରତୀୟ ବାୟୁସେନାର ହମଲା ପରେ ଏପର୍ଯ୍ୟନ୍ତ ଅଧିକାରରିକ ସୂଚନା ଆସିନାହିଁ । କିନ୍ତୁ ପାକିସ୍ତାନର ଭୟକୁ ଦେଖି ଏଭଳି ଲାଗୁଛି କି କିଛି ବଡ ଧରଣ ହୋଇଛି । ଭାରତୀୟ ବାୟୁସେନା ପିଓକେ ରୁ ଆଗକୁ ଯାଇ ପାକିସ୍ତାନର ରାଜଧାନୀରେ ପହଁଚିଥିଲେ । ଯେଉଁ ସମୟରେ ସେ ସାଉଦି ଏବଂ ଚୀନରୁ ଆସିଥିବା ଭିଖକୁ ଗଣିବାରେ ବ୍ୟସ୍ତ ଥିଲେ ।’
ଖବାରମୁତାବକ, ଭାରତୀୟ ବାୟୁସେନାର ୧୨ ମିରାଜ ୨୦୦୦ ବିମାନ ଏଲଓସି ରେ ପାର୍ କରିକି ହଜାର କିଲୋଗ୍ରାମର ବୋମା ବର୍ଷା କରିଛନ୍ତି । ଯାହାଫଳରେ ଆତଙ୍କବାଦୀ କ୍ୟାମ୍ପ ସମ୍ପୂର୍ଣ୍ଣ ଧୂଂସ ହୋଇ ଯାଇଛି ।