ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଚୀନରେ କରୋନା ଭାଇରସ ବେକାବୁ ହେବାରେ ଲାଗିଛି । କରୋନାରେ ମୃତ୍ୟୁ ସଂଖ୍ୟା ୧୭ ଶହକୁ ବୃଦ୍ଧି ପାଇଛି । ଡାକ୍ତରୀ ଦଳ ଓ ଗବେଷକଙ୍କ ଶତ ଚେଷ୍ଟା ପରେ ମଧ୍ୟ ସେମିତି କିଛି ବିଶେଷ ସଫଳତା ମିଳି ନାହିଁ ଚୀନକୁ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କରୋନାରେ ମୃତ୍ୟୁ ସଂଖ୍ୟା ୧୭ ଶହରେ ପହଞ୍ଚି ସାରିଲାଣି । ଅନ୍ୟପଟେ କରୋନା ଭାଇରସ ନାମ ପରିବର୍ତ୍ତନ କରି କୋଭିଡ -୧୯ ନାମ ଦିଆଯାଇଛି । ଅନ୍ୟପଟେ କରୋନା ଭାଇରସ ଆତଙ୍କରେ ହଙ୍ଗହଙ୍ଗ ସହରରୁ ଶହଶହ ଟଏଲେଟ ପେପର ଚୋରି ହୋଇଯାଇଛି । କରୋନା ଭାଇରସ ଯୋଗୁ ଏବେ ସହରରେ ଅଧିକ ଲୋକ ଟଏଲେଟ ପେପର କିଣି ନେଉଛନ୍ତି ।
ଯାହାଫଳରେ ସହରରେ ଏବେ ଟଏଲେଟ ପେପର ଅଭାବ ଦେଖା ଦେଇଛି । ସୂଚନା ଅନୁସାରେ ଏକ ଟ୍ରକ ଯୋଗେ ଏହି ଟଏଲେଟ ପେପର ଗୁଡା ସହରକୁ ଆସୁଥିବା ବେଳେ ଅଧା ରାସ୍ତାରେ ଶସସ୍ତ୍ର ଡକାୟତ ଟ୍ରକ ଡ୍ରାଇଭରକୁ ମାରଣାସ୍ତ୍ର ଦେଖାଇ ସେମାନଙ୍କ ପାଖରୁ ଟଏଲେଟ ପେପର ଗୁଡା ନେଇ ଯାଇଥିଲେ । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ।