ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ରେଳ ଧାରଣାରୁ ମିଳିଲା ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥରୁ ମିଳିଛି ଯୁବତୀଙ୍କ ମୃତ ଦେହ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଚଣ୍ଡିଆପଲ୍ଲୀ ଅଞ୍ଚଳରୁ ଉଦ୍ଧାର ହୋଇଛି ଏହି ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀ ହେଲେ ଖୋର୍ଦ୍ଧା ଜିଲ୍ଲା ବାମଡିହି ଗ୍ରାମର ସୀତା ସାହୁ । ତେବେ ଏହି ଖବର ରେଳ ବିଭାଗ ପୋଲିସ ଜାଣିବା ପରେ ଶବକୁ ଉଦ୍ଧାର ବ୍ୟବଛେଦ ପାଇଁ ପଠାଇ ଦେଇଛି । ଆତ୍ମହତ୍ୟା ନାଁ ହତ୍ୟା ତାହା ସ୍ପଷ୍ଠ ଜଣା ପଡିନାହିଁ । ପୋଲିସର ତଦନ୍ତ ଜାରି ରହିଛି ।
ପୋଲିସ ସୂଚନା ମୁତାବକ ବୁଧବାର ସ୍ଥାନୀୟ ଲୋକ ରେଳ ଧାରଣାରେ ପଡିଥିବା ଯୁବତୀଙ୍କ ବିଖଣ୍ଡିତ ମୃତ ଦେହକୁ ଦେଖିଥିଲେ । ସେମାନେ ଦେଖିବା ପରେ ପ୍ରଥମେ ଭୟ କରିଯାଇଥିଲେ । ଏବଂ ପରେ ପାଖକୁ ଯାଇ ଶବକୁ ଚିହ୍ନିବା ପାଇଁ ଚେଷ୍ଠା କରିଥିଲେ । ଯୁବତୀ ଜଣକ ସ୍ଥାନୀୟ ଅଞ୍ଚଳର ହୋଇନଥିବା ଜାଣିବା ପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ରେଳ ବିଭାଗ ପୋଲିସ ପ୍ରଥମେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲା । ନୟାଗଡରୁ ଖୋର୍ଦ୍ଧା ଯାଉଥିବା ଏକ ଟ୍ରେନ ଚକାତଳେ ଜୀବନ ଯାଇଥିବା ଜଣାପଡିଛି । ଟ୍ରେନ ବେକ ପାଖରେ ଚଢ଼ି ଯାଇଥିବାରୁ ମୁଣ୍ଡ ଏବଂ ଗଣ୍ଡି ଅଲଗା ହୋଇଯାଇଛି ।
କେହି କେହି ଏହାକୁ ହତ୍ୟାର ରୂପ ଦେଉଥିବା ବେଳେ ଆଉ କେହି ଆତ୍ମହତ୍ୟା କରିଥିବା କହୁଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ପରିଷ୍କାର ହୋଇଯିବ ବୋଲି ପୋଲିସ ସୂଚନା ଦେଇଛି । ସେପଟେ ପରିବାର ଲୋକ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିବା କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଇଛି । ଏଘଟଣା କେତେଦୂର ସତ ପୋଲିସର ତଦନ୍ତ ପରେ ପଦାକୁ ଆସିବ ।