ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ପ୍ରଥମ ଟି-୨୦ରେ ଶେଷରେ ବ୍ୟାଟିଂ କରି ଜିତିଥିଲା କଙ୍ଗାରୁ ବାହିନୀ । ,ଣୁ ଏହି ମ୍ୟାଚରେ ମଧ୍ୟ ସମାନ ଲକ୍ଷରେ ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛି । ପ୍ରଥମ ମ୍ୟାଚରେ ହାରିବା ପରେ ଭାରତୀୟ ଦଳରେ ଦ୍ୱିତୀୟ ଟି-୨୦ରେ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଗତ ମ୍ୟାଚରେ ଖରାପ ବୋଲିଂ କରିଥିବା ଉମେଶଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଗତ ମ୍ୟାଚରେ ଡେବ୍ୟୁ କରିଥିବା ମୟଙ୍କ ମାର୍କଣ୍ଡେୟଙ୍କ ସ୍ଥାନରେ ଉଦୀୟମାନ ଅଲରାଉଣ୍ଡର ବିଜୟ ଶଙ୍କର ଖେଳୁଛନ୍ତି । ବାକି ପୂର୍ବ ମ୍ୟାଚରେ ଯେଉଁ ଖେଳାଳି ଥିଲେ ସେମାନେ ରହିଛନ୍ତି ।
ଭାରତ ଯଦି ଏହି ମ୍ୟାଚଟି ହାରିଯାଏ ତେବେ ଟି-୨୦ ସିରିଜ ହାତରୁ ଖସିଯିବ । ଏଣୁ ସିରିଜ ବରାବର ରଖିବା ପାଇଁ ଦଳ ବିଶାଳ ସ୍କୋର ଲକ୍ଷ ରଖିବ ଭ୍ରମଣକାରୀ ଦଳ ଆଗରେ । ଦଳରେ ଉଭୟ ଅଲରାଉଣ୍ଡର ଏବଂ ଭଲ ବ୍ୟାଟ୍ସମ୍ୟାନ ରହିଛନ୍ତି । ସେପଟେ କଙ୍ଗାରୁ ଦଳରେ ମଧ୍ୟ ବହୁ ଅଭିଜ୍ଞ ଖେଳାଳି ରହିଛନ୍ତି । ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ଇତିହାସ ରଚିଥିଲା । ଏଣୁ ଭାରତକୁ ଘରୋଇ ମାଟିରେ ହରାଇ ପ୍ରତିଶୋଧ ନେବା ଲକ୍ଷରେ କଙ୍ଗାରୁ ବାହିନୀ । ଏଣୁ ଏହି ମ୍ୟାଚଟି ସଂଘର୍ଷପୂଣ୍ଣ ହେବ ବୋଲି ଆଶା କରାଯାଇଛି ।
ଭାରତୀୟ ଦଳ: ଶିଖର ଧାୱନ,ଲୋକେଶ ରାହୁଲ,ବିରାଟ କୋହଲି,ପନ୍ଥ,ଧୋନୀ,ଦିନେଶ କାର୍ତ୍ତିକ,ବିଜୟ ଶଙ୍କର,କୁନାଲ ପାଣ୍ଡ୍ୟା,ଚହଲ,ବୁମରା,ସିଦ୍ଧାର୍ଥ କୌଲ ।