ବୋଷ୍ଟନ(ଏଟିଆର ବ୍ୟୁରୋ):ଅନେକ ସମୟରେ ଦେଶ ବାହାରେ ସୁନାମ ଅର୍ଜନ କରିଛନ୍ତି ଭାରତୀୟ ବଂଶୋଦ୍ଭବ । ଠିକ ସେହିପରି ଆଉଜଣେ ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଶିକ୍ଷାବିଦ୍ ଶ୍ରୀକାନ୍ତ ଦତାରଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲର ନୂଆ ଡିନ୍ ଭାବେ ନିଯୁକ୍ତ କରାଯାଇଛି। ଦୀର୍ଘ ସମୟ ହେବ ସେ ଏହି ବିଜନେସ ସ୍କୁଲ ସହ ଯୋଡ଼ି ହୋଇ ରହିଛନ୍ତି। କୋଭିଡ-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ଯେଉଁ ରେସପନ୍ସ ଟିମ୍ ପ୍ରସ୍ତୁତ କରାଯାଇ ଥିଲା ଦତାର ସ୍କୁଲର ସେହି ଟିମକୁ ଲିଡ୍ କରିଥିଲେ। ହାର୍ଭାର୍ଡ ସ୍କୁଲ ନାଁରେ ୧୧୨ ବର୍ଷର ଇତିହାସ ରହିଛି ଓ ଦତାର ଏହାର ୧୧ତମ ଡିନ୍ ଭାବେ ନିଯୁକ୍ତ ହୋଇଛନ୍ତି। ହାର୍ଭାର୍ଡ ତରଫରୁ ଶୁକ୍ରବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ଶ୍ରୀକାନ୍ତ ଦତାର ହାର୍ଭାର୍ଡ ବିଜନେସ ସ୍କୁଲର ପ୍ରଫେସର ଭାବେ କାମ କରିସାରିଛନ୍ତି। ଏହା ସହ ସେ ଆସୋସିଏସେଟ୍ ଡିନ୍ ଭାବେ ମଧ୍ୟ କାମ କରିଛନ୍ତି। ତେବେ ତାଙ୍କର କାର୍ୟ୍ୟକାଳ ୨୦୨୧ ଜାନୁଆରୀରୁ ଆରମ୍ଭ ହେବ। ଏହା ସହ ସେ ଭାରତୀୟ ଡିନ୍ ନୀତିନ ନେହାରିଆଙ୍କ ସ୍ଥାନ ନେବେ। ୧୦ ବର୍ଷ ପରେ ସେ ତାଙ୍କ କାର୍ୟ୍ୟକାଳକୁ ଛାଡ଼ିବେ।
ଶ୍ରୀକାନ୍ତ ଇଣ୍ଡିଆାନ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ)ରୁ ସ୍ନାତକୋତ୍ତର କରିଛନ୍ତି। ୧୯୯୬ରେ ହାର୍ଭର୍ଡ ବିଜନେସ ସ୍କୁଲ ସହ ପ୍ରଫେସର ଭାବେ ଯୋଡି ହୋଇ ଥିଲେ। ତେବେ ସେ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ ଅଫ୍ ବିଜନେସ ଛାଡ଼ି ହାର୍ଭାର୍ଡ ଆସିଥିଲେ। ସେଠାରେ ମଧ୍ୟ ସେ ପ୍ରଫେସର ଥିଲେ। ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ସେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ସେ ଜଣେ ଭାରତୀୟ ବଂଶଦ୍ଭବ ହୋଇ ହୋଇ ବିଦେଶରେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ନେଇ ସମସ୍ତେ ଗର୍ବିତ ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024