ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଭିନେତ୍ରା ତମନ୍ନା ଭାଟ୍ଟିଆ ଅନେକ ଭାଷାରେ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି । ହିନ୍ଧି ଭାଷା ଠାରୁ ଆରମ୍ଭ କରି ତାମିଲ ଏବଂ ତେଲୁଗୁ ଇଣ୍ଡଷ୍ଟ୍ରୀରେ ନିଜର ଅଭିନୟର ଯାଦୁରେ ଅନେକ ଫ୍ୟାନ ଫଲୋଇକ ବନାଇଛନ୍ତି । ସେ ଅନେକ ହିଟ୍ ଫିଲ୍ମ କରି ଇଣ୍ଡଷ୍ଟ୍ରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟ କରି ପାରିଛନ୍ତି ।
ତମନ୍ନା ନିଜର ପେଶାଗତ କାମ ବ୍ୟତିତ ବ୍ୟକ୍ତିଗତ ଜୀବନୀ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଣ୍ଟୁଛନ୍ତି । ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହିତ ଡେଟିଂ କରୁଥିବାର ଗୁଜବ ପାଇଁ ସେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲେ । ବର୍ଷ ୨୦୧୨ ରେ ତମନ୍ନା ଏବଂ ବିରାଟ ଦୁହେଁ ଏକ ମୋବାଇଲ ବିଜ୍ଞାପନ କରିଥିଲେ, ଏହାପରେ ଦୁହିଁଙ୍କ ଡେଟିଂକୁ ନେଇ ଗୁଜବ ଜୋର ଧରିଥିଲା ।
ଏହି ଗୁଜବକୁ ନେଇ ବିରାଟ ଏବଂ ତମନ୍ନା ଦୁହେଁ କୌଣସି ପ୍ରକାର ଟିପ୍ପଣୀ ଦେଇନଥିଲେ । ମାତ୍ର ନିକଟରେ ତମନ୍ନା ଏକ ଚାର୍ଟ ସୋ’ ଜରିଆରେ ବିରାଟଙ୍କ ସହିତ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଛନ୍ତି । ବିଜ୍ଞାପନ ସୁଟିଂ ଶେଷ ହେବା ପରେ କାଦାପି ବିରାଟଙ୍କ ସହ ତାଙ୍କର ଦେଖା ହୋଇ ନାହିଁ ବୋଲି ସେ ଏହି ସୋ’ ଜରିଆରେ କହିଛନ୍ତି ।
ସେ କହିଛନ୍ତି କି, ‘ ମୋର ମନେ ପଡୁଛି ଯେ ବିଜ୍ଞାପନରେ ବିରାଟ କେବଳ ଚାରୋଟି ଶଦ୍ଧ କହିଥିଲେ । ବାସ୍ ଏତିକି ପରେ ତାଙ୍କ ସହ ମୋର କେବେ ଦେଖା ହୋଇନି କି କଥା ମଧ୍ୟ ହୋଇ ନାହିଁ । ମାତ୍ର ମୁଁ ଏହା ଜରୁର କହିବି କି ଯେଉଁ ସବୁ ଷ୍ଟାରଙ୍କ ସହ ମୁଁ କାମ କରିଛି ସେମାନଙ୍କ ମଧ୍ୟରୁ ବିରାଟ ସର୍ବଶ୍ରେଷ୍ଠ ।’