କାନବେରା(ଏଟିଆର ବ୍ୟୁରୋ): ଅଷ୍ଟ୍ରେଲିଆ କାନବେରା ଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି । ମ୍ୟାଚର ଆରମ୍ଭରୁ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଭାରତୀୟ ଦଳକୁ ଗୋଟିଏ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ଏହା ପରେ ଭାରତୀୟ ଜୁନିୟର ମହିଳା ଦଳ ଉପରେ ଚାପ ପଡିଥିଲା । ତେବେ ଭାରତ ପକ୍ଷରୁ ଶର୍ମିଲା ଦେବୀ ଦୁଇଟି ଗୋଲ ଦେବାରେ ସଫଳ ହୋଇଥିଲେ ।
ଶେଷ ସମୟରେ ଶର୍ମିଲା ଦେଇ ଥିବା ଗୋଲଟି ଭାରତୀୟ ଦଳକୁ ଜିତିବାକୁ ସାହାଯ୍ୟ କରିଥିଲା । ଅନ୍ୟପଟେ ଭାରତୀୟ ଦଳର ବିୟୁଟୀ ଡୁଙ୍ଗଡୁଙ୍ଗ ଓ ଲାର୍ଣ୍ଣିଡିକି ଗୋଟିଏ ଲେଖାଏଁ ଗୋଲ ଦେବାରେ ସକ୍ଷମ ହୋଇ ପାରିଥିଲେ । ନ୍ୟୁଜିଲାଣ୍ଡ ମହିଳା ଦଳ ମ୍ୟାଚ ଶେଷ ପର୍ଯ୍ୟନ୍ତ ଗୋଲ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ମହିଳା ଦଳ ସେମାନଙ୍କୁ ସଫଳ ହେବାକୁ ଦେଇ ନଥିଲେ । ଆସନ୍ତାକାଲି ଭାରତ ନିଜର ଶେଷ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆକୁ ସାମ୍ନା କରିବ ।