ସମ୍ବଲପୁର (ଏଟିଆର ବ୍ୟୁରୋ); ସମ୍ପର୍କ ଦେଖିଲା ଦିଅର । ନୃଂଶସ ଭାବରେ ଟାଙ୍ଗିଆରେ ହାଣିଲା ଭାଉଜକୁ । ତେବେ ଏଭଳି ଛାତିଥରା ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କିସାନପଡା ଗାଁରେ । ଗ୍ରାମର ରାମ କିସାନ ତାଙ୍କ ଭାଉଜ ଶୁକନେଇ କିଶାନଙ୍କୁ ଅତି ନୃଂଶସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେବା ସହିତ ଅଭିଯୁକ୍ତ ରାମକୁ ଅଟକ ରଖି ପଚରା ଉଚରା କରୁଛି ।
ପୋଲିସ ରିପୋର୍ଟ ମୁତାବକ, ରାମ ଏବଂ ଶୁକଦେବଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଝଗଡା ଲାଗି ରହିଥିଲା । ଏଣୁ ଏମାନେ ଅଧିକାଂଶ ସମୟରେ ପାଟିତୁଣ୍ଡ ହେବା ସହିତ ହାତାହାତି ମଧ୍ୟ ହୋଇଥିଲେ । ସବୁବେଳେ ଏମାନଙ୍କ ଘର କଳି ପାଇଁ ଗାଁରେ ଲୋକମାନେ ଟୁପୁରୁ ଟାପୁରୁ ମଧ୍ୟ ହେଉଥିଲେ । ତେବେ ରବିବାର ସକାଳେ ଏମାନଙ୍କ ମଧ୍ୟରେ କୌଣସି ଏକ ପାରିବାରିକ ସମସ୍ୟାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଏମାନେ ହାତାହାତି ମଧ୍ୟ ହୋଇଥିଲେ । ଶେଷରେ କଳହ ଏେି ଆଗକୁ ବଢ଼ୀ ଯାଇଥିଲାରେ ଯେ ରାମ ଘର ଭିତରେ ଥିବା ଏକ ଟାଙ୍ଗିଆରେ ଭାଉଜ ଶୁକଦେଇଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ।
ଭାଉଜଙ୍କୁ ହତ୍ୟା କରିବା ପରେ ଖସି ଯିବା ପାଇଁ ଚେଷ୍ଠା କରୁଥିଲେ ରାମ । ତେବେ ଗାଁଲୋକ ତାଙ୍କୁ କାବୁ କରିନେଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ରାମଙ୍କୁ ଗିରଫ କରିବା ସହିତ ଶୁକଦେଇଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି ।