ନୂଆଦିଲ୍ଲୀ(ଏଚିଆର ବ୍ୟୁରୋ): ଜେଇଇ-ନିଟ୍ ପରୀକ୍ଷା ସ୍ଥଗିତ କରିବା ପାଇଁ ଦେଶବ୍ୟାପି ଧାରଣ ପ୍ରଦର୍ଶନ କରିବ କଂଗ୍ରେସ । ଦେଶରେ କରୋନା ଭାଇରସ୍ ବାକାବୁ ହେବାରେ ଲାଗିଛି । ଏହା ସହ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ଅଗଷ୍ଟ ୨୮ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ କଂଗ୍ରେସ ଘୋଷଣା କରିଛି ।
ଦଳର ସଂଗଠନ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ନେତା ଏବଂ କାର୍ୟ୍ୟକର୍ତ୍ତା କେନ୍ଦ୍ର ସରକାରୀ କାର୍ୟ୍ୟାଳୟ ବାହାରେ ସାମାଜିକ ଦୂରତା ନିୟମ ପାଳନ କରି ଦେଶର ସବୁ ସ୍ଥାନରେ ଧାରଣା ଦେବେ । ଜେଇଇ-ନିଟ୍ ପରୀକ୍ଷା ସ୍ଥଗିତ ରଖିବା ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଅଗଷ୍ଟ ୨୮ରେ ସ୍ପିକ୍ ଅପ୍ ଫର୍ ଷ୍ଟୁଡେଣ୍ଟ ସେଫ୍ଟି ହ୍ୟାସ୍ ଟ୍ୟାଗ୍ ସହ ସୋସିଆଲ ମିଡିଆର ଅଭିଯାନ ଜାରି ରହିଛି । ଏହିପରି ସଂକଟ ପରିସ୍ଥିତିରେ ଏକଜୁଟ ହୋଇ ଧାରଣା ଦେବା ଠିକ ନୁହେଁ କିନ୍ତୁ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିବା କାହାର ଅଧିକାର ନାହିଁ ବୋଲି ନେତାମାନଙ୍କ ବାର୍ତ୍ତାରୁ ଜାଣିବାକୁ ମିଳିଛି । ଏହିପରି ପରିସ୍ଥିତିରେ ପରୀକ୍ଷା ନହେଉ ବୋଲି କେ.ସି ବେଣୁଗୋପାଳ କହିଛନ୍ତି । କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ମଧ୍ୟ କହିଛନ୍ତି ଯେ, ଏହି ପରୀକ୍ଷା ଆୟୋଜନ କରିଲେ ୨୫ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ବିପଦରେ ପକାଇବ । ତେଣୁ ଏହି ପରୀକ୍ଷାକୁ ବାତିଲ କରିବା ଆବଶ୍ୟକ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024