ଜଣେ ୩୨ ବର୍ଷିୟା ଦାନ୍ତ ଡାକ୍ତରାଣୀଙ୍କ ମୃତ ଦେହ ଅଷ୍ଟ୍ରେଲିଆରୁ ଉଦ୍ଧାର କରାଯାଇଛି । ତାହା ପୁଣି ଏକ ସୁଟ୍ କେଶ ଭିତରୁ । ମହିଳାଙ୍କ ଶରୀର ସାରା ଛୁରୀର ଦାଗ ରହିଛି । ସେ କିଛି ଦିନ ପୂର୍ବରୁ ସିଡନରୁ ବ୍ୟସ୍ତତମ କ୍ଷେତ୍ରରେ ରହସ୍ୟମୟ ପରିସ୍ଥିତିରେ ଗାୟବ ହୋଇଯାଇଥିଲେ । ଏନେଇ ବୁଧବାର ପୋଲିସ ସୂତ୍ରରୁ ଜଣାପଡିଛି ।
ନ୍ୟୁ ସାଉଥ ବ୍ଲେସର ପୋଲିସଙ୍କ କହିବାନୁଯାୟୀ, ପ୍ରିତୀ ରେଡ୍ଡୀ ନାମକ ଜଣେ ମହିଳା ଡାକ୍ତରାଣୀଙ୍କ ଶବ ଇଷ୍ଟର୍ଣ୍ଣ ସିଡନୀ କାର ପାର୍କିଂରୁ ଉଦ୍ଧାର କରାଯାଇଛି । ତାହା ପୁଣି ଏକ ସୁଟ୍ କେଶ୍ ଭିତରୁ । ରେଡ୍ଡୀଙ୍କ ପୂର୍ବ ବୟଫ୍ରେଣ୍ଡଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇ ସାରିଛି । ଶେଷ ଥର ପାଇଁ ରେଡ୍ଡୀଙ୍କୁ ରବିବାର ଜିୟୋର୍ଜ ଷ୍ଟ୍ରିଟ୍ ର ମ୍ୟାକଡୋନଲ୍ଡରେ ଲାଇନ୍ ରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ଏହାପରେ ମଙ୍ଗଳବାର ରେଡ୍ଡୀଙ୍କ ଗାଡି କିଙ୍ଗସଫୋଡ ଠାରେ ପୋଲିସ ହାତରେ ଲାଗିଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ରେଡ୍ଡୀଙ୍କ ଗାଡିରୁ ହିଁ ତାଙ୍କ ଶବ ଏକ ସୁଟ୍ କେଶରୁ ଉଦ୍ଧାର କରାଯାଇଛି । ତାଙ୍କ ଶରୀରରେ ଛୁରୀରେ ଆକ୍ରମଣ କରାଯାଇଥିବାର ଦାଗ ଅନେକ ରହିଛି ।
ଅଧିକାରୀଙ୍କ କହିବାନୁଯାୟୀ ଏକ ଡେଣ୍ଟାଲ ସମ୍ମିଳନୀରେ ରେଡ୍ଡୀ ସାମିଲ ହୋଇଥିଲେ ଏବଂ ସେ ତାଙ୍କ ପରିବାର ସହିତ ଶେଷ ଥର ପାଇଁ ରବିବାର ସକାଳ ୧୧ଟା କଥା ହୋଇଥିଲେ । ସେ ତାଙ୍କ ପରିବାରଙ୍କୁ କହିଥିଲେ କି ବ୍ରେକ୍ ଫାଷ୍ଟ କରି ସାରି ଘରକୁ ଫେରିବେ, କିନ୍ତୁ ସେ ଘରକୁ ନଫେରିବାରୁ ପରିବାର ପକ୍ଷରୁ ପୋଲିସରେ ଏଫଆଇଆର କରାଯାଇଥିଲା ।