ହାମିଲଟନ (ଏଟିଆର ବ୍ୟୁରୋ); ଶେଷ ଟି-୨୦ରେ ଭାରତ ଆଗରେ ୨୩୧ ରନର ବିଶାଳ ସ୍କୋରର ବିଜୟ ଲକ୍ଷ ରହିଛି । ଘରୋଇ ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ ମୁନରୋ ସର୍ବାଧିକ ୭୨ ରନ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ପଛକୁ ସେଇଫର୍ଟ ୪୩ ରନ କରିଛନ୍ତି । ଦୁଇ ଓପନର ଯୋଡି ପଡିଆରେ ପଡିଆରେ ତିଷ୍ଠି ରହିବାରୁ ଦଳୀୟ ସ୍କୋର ବିଶାଳ ପାହାଡ ହୋଇଛି । ଏହି ସ୍କୋରକୁ ଅତିକ୍ରମ କରିବା ପାଇଁ ଭାରତୟ ବ୍ୟାଟ୍ସମ୍ୟାନଙ୍କ କଡାଟକ୍କର ଦେବାକୁ ପଡିବ । ମୁଖ୍ୟତଃ ଓପନର ଯୋଡି ପଡିଆରେ ତିଷ୍ଠି ରହିବେ ଭାରତ ସହଜରେ ମ୍ୟାଚ ଜିତିବ ବୋଲି ମତ ଦେଇଛନ୍ତି କ୍ରିକେଟ ବିଶେଷଜ୍ଞ ।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୪ଟି ୱିକେଟ ହରାଇ ୨୧୨ ରନ କରିଛି । ସେପଟେ ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି ୱିକଟେ ନେଇଥିବା ବେଳେ ଖଲିଲ ଏବଂ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଆଜିର ମ୍ୟାଚରେ ପାଣ୍ଡ୍ୟା ବ୍ରଦର୍ସଙ୍କୁ କୌଣସି ୱିକେଟ ମିଳିପାରି ନାହିଁ । କିନ୍ତୁ ଉଭୟ ନିର୍ଦ୍ଧୁମ ମାଡ ଖାଇଛନ୍ତି । ହାର୍ଦ୍ଧିକ ୪ ଓଭରରେ ୪୪ ରନ ବ୍ୟୟ କରିଥିବା ବେଳେ କୁନାଲ ୪ ଓଭରରେ ୫୪ ରନ ଦେଇଛନ୍ତି । ଆଜିର ମ୍ୟାଚରେ ଅଧିକ ଫିଲ୍ଡି ମିସ ଏବଂ କ୍ୟାଚ ଛାଡିଥିବା ଦେଖିବାକୁ ମିଳିଥିଲା । ହାର୍ଦ୍ଦିକଙ୍କର ଗୋଟିଏ ଓଭରରେ ୨ଟି କ୍ୟାଚ ହାତ ଛଡା ହୋଇଥିବା ବେଳେ ଗୋଟିଏ ଚୌକା ମଧ୍ୟ ଛାଡିଥିଲେ ।
ତୃତୀୟ ମ୍ୟାଚଟି ହେଉଛି ନିର୍ଣ୍ଣାୟକ ମ୍ୟାଚ । ଏହି ମ୍ୟାଚରେ ଯେଉଁ ଟିମ ଜିତିବ ସେ ସିରିଜ ହାତେଇବ । ୩ଟି ଟି-୨୦ ମ୍ୟାଚ ବିଶିଷ୍ଠ ସିରିଜରେ ୧-୧ରେ ବରାବର ରହିଛି । ଏଣୁ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଘରୋଇ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ଭାରତର ବ୍ୟାଟିଂ କଣ ହେଉଛି ତାକୁ ନେଇ ବହୁତ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ଭାରତୀୟ ଦଳରେ ତିନି ଜଣ ଦକ୍ଷ ଅଲରାଉଣ୍ଡର ଥିବା ବେଳେ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ରହିଛନ୍ତି । ଏଣୁ ଭାରତ ହାତରେ ମ୍ୟାଚ ଜିତିବାର ଅଧିକ ସମ୍ଭାବନା ରହିଛି ।