ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଷ୍ଟାର କିଡ୍ ତୈମୁର ଅଲ୍ଲି ଖାନ୍ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି । ଏହାସହିତ ସବୁଠୁ ଆଗରେ ରହିଛି ତୈମୁରଙ୍କ ଫ୍ୟାନ୍ ଫଲୋଇଙ୍ଗ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତୈମୁରଙ୍କ ଫ୍ୟାନ୍ସ । ପ୍ରତ୍ୟେକ ଦିନ ତୈମୁରଙ୍କୁ ନେଇ କିଛି ନି କିଛି ଖବର ସାମ୍ନାକୁ ଆସିଥାଏ । ଏବେ ତାଙ୍କୁ ନେଇ ଏକ ହୃଦୟସ୍ପର୍ଶୀ କଥା ସାମ୍ନାକୁ ଆସିଛି ।
ଆଜ୍ଞା ‘ବଦଲା’ ଅଭତନେତ୍ରୀ ତାପସୀ ପନ୍ନୁ କହିଛନ୍ତି ସେ ତୈମୁରଙ୍କୁ ଡେଟ୍ କରିବାକୁ ପସନ୍ଦ କରିବେ । ତାପସୀ ତାଙ୍କ ଆଗାମୀ ଫିଲ୍ମ ‘ବଦଲା’ର ପ୍ରମୋଶନ ଜରିଆରେ ଏଭଳି ହୃଦୟସ୍ପର୍ଶୀ କଥା କହିଛନ୍ତି । ଯେତେବେଳେ ତାପସୀଙ୍କୁ ତାଙ୍କ ପ୍ରେମ ଜୀବନ ବିଷୟରେ ପଚରାଗଲା ସେ କହିଥିଲେ କି, ‘ ସେ ଏବେ ସିଙ୍ଗଲ ଅଛନ୍ତି ଏବଂ କୌଣସି ବଲିଉଡ ଅଭିନେତାଙ୍କ ଡେଟ୍ କରୁ ନାହାଁନ୍ତି । ଏହାପରେ ସେ ମଜାକରେ କହିଥିଲ କି ସେ ଛୋଟେ ନୱାବଙ୍କୁ ବାଛି ପାରନ୍ତି ।’
କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ ଙ୍କୁ କିଏ ବା ନଜାଣେ । ଏତେ ଛୋଟ ବୟସରୁ ସେ ଇଣ୍ଟରନେଟରେ ଟ୍ରେଣ୍ଡ କରିବା ସହ ସୋସିଆଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାସହିତ ସେ ଘରୁ ବାହାରିଲା ମାନେ ମିଡିଆ ତାଙ୍କୁ ଘେରି ଯାଇଥାନ୍ତି । କେବଳ ଏତିକି ନୁହେଁ ସେ ଏତେ ମାତ୍ରାରେ ପ୍ରସିଦ୍ଧ ହୋଇଛନ୍ତି ଯେ ବଜାରରେ ତାଙ୍କ ଭଳି ଅବିକଳ କଣ୍ଢେଇ ମଧ୍ୟ ବିକ୍ରି ହେଉଛି ।