ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦାମୋଦର ରାଉତଙ୍କୁ ନେଇ ଗତକାଲି ସଂନ୍ଧ୍ୟାରେ ବେଶ ଚର୍ଚ୍ଚା ହୋଇଥିଲା । ବିଜେଡିରୁ ତଡା ଖାଇବା ପରେ ନୂଆ ଦଳ ଗଠନ କରିବା ଲକ୍ଷ୍ୟରେ ଥିବା ଦାମଙ୍କ ଢ଼ଙ୍କ ମଉଳି ପଡିବା ପରେ ସେ କେଉଁ ଦଳରେ ସାମିଲ ହେବେ ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ ରହିଥିଲା । ତେବେ ଗତକାଲି ବିଜେପି ନେତା କନକବର୍ଦ୍ଧନଙ୍କ ସହ ଦିଲ୍ଲୀ ଯିବା ପରେ ଦାମ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଦାମ ଦିଲ୍ଲୀରେ ଧମେନ୍ଦ୍ରଙ୍କ ବାସଭବନରେ ତାଙ୍କ ସହ ମିଶିଛନ୍ତି ଏବଂ ବିଜେପିରେ ସାମିଲ ହେବା ପାଇଁ କିଛି ସର୍ତ୍ତ ରଖିଛନ୍ତି । ଯଦି ସେ ସର୍ତ୍ତ ମାନି ନିଅନ୍ତି ତେବେ ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ।
ଦାମଙ୍କ ମୁଖ୍ୟ ସର୍ତ୍ତ ହେଉଛି ଯିଏ ନବୀନ ପଟ୍ଟନାୟକଙ୍କୁ ଗାଦି ଚ୍ୟୁତ କରିବା ପାଇଁ କାମ କରିବ ମୁଁ ତାକୁ ପୂର୍ଣ୍ଣ ସହଯୋଗ କରିଛି । ତେବେ ବିଜେପି ୩ରୁ ୪ଦିନ ଭିତରେ ଜଣାଇବ ବୋଲି କହିଛି । ଏଣୁ ୩ଦିନ ଭିତରେ ଦାମଙ୍କ ମୋଡ ବିଜେପି ଆଡେ ହେବ କି ନାହିଁ ତାହା ସ୍ପଷ୍ଟ ହେବ । ପୂର୍ବରୁ ଦାମଙ୍କୁ କଂଗ୍ରେସରେ ସାମିଲ କରିବା ପାଇଁ ଦଳ ପକ୍ଷରୁ ଯୋଗାଯୋଗ କରିଥିଲେ । କିନ୍ତୁ କଂଗ୍ରେସକୁ ମଧ୍ୟ ସମାନ ସର୍ତ୍ତ ରଖିଥିଲେ ଶ୍ରୀ ରାଉତ । ତେବେ ବିଜେପି କେନ୍ଦ୍ରିୟ ନେତାଙ୍କ ସହିତ ମିଶିବା ପରେ ବିଜେପିରେ ସାମିଲ ହେବାର ସମ୍ଭାବନା ଅଧିକ ଥିବା ସାଧାରଣ ମହଲରେ ଚର୍ଚ୍ଚା ହେଉଛି ।
ଶନିବାର ବିଜେପି ନେତା କନକବର୍ଦ୍ଧନଙ୍କ ସହିତ ନୂଆ ଦିଲ୍ଲୀ ଅଭିମୁଖେ ବାହାରିଥିଲେ ଦାମ । ସେଠାରେ ଧମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କ ବାସ ଭବନରେ କଥା ହୋଇଥିଲେ । ତେବେ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ଭେଟିବା ପାଇଁ ଆଶା ରଖିଯାଇଥିବା ଦାମ ଭେଟ ପାଇ ନଥିଲେ । ଶେଷରେ ଧମେନ୍ଦ୍ରଙ୍କ ସହ ବିଚାରବିମର୍ଶ କରି ପୁଣିଥରେ ରାତିରେ ଘରକୁ ଫେରିଥିଲେ ।